ଛତ୍ରପୁର: ଛତ୍ରପୁର ଜିଆରପି ଥାନା ପୁଲିସ ସ୍ଥାନୀୟ କୋର୍ଟ ଷ୍ଟେସନ୍ ନିକଟ ରେଳଲାଇନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଛତ୍ରପୁର ବଡ଼ରେଡ୍ଡୀ ସାହିର ନବୀନ ବେହେରାଙ୍କ ପୁତ୍ର ବିଦ୍ୟାଧର ବେହେରା(୨୦)। ବିଦ୍ୟାଧର ଛତ୍ରପୁର କୋର୍ଟ ଷ୍ଟେସନ ନିକଟ ରେଳ ଲାଇନ୍ ପାର୍ ହୋଇ ଆରପାଖରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିବାବେଳେ ଭୁବନେଶ୍ୱର-ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ ତାଙ୍କୁ ଧକ୍କା ଦେବା ଫଳରେ ସେ ଛିଟିକି ପଡ଼ିବା ସହ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି।

Advertisment

ଆଜି ଅପରାହ୍ନ ୨.୩୦ରେ ସ୍ଥାନୀୟ ବାସିନ୍ଦା ଘଟଣା ସଂପର୍କରେ ଜିଆରପି ଥାନା ପୁଲିସକୁ ଖବର ଦେଇଥିଲେ। ଜିଆରପି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।