ବ୍ରହ୍ମପୁର: କେତେକ ଶ୍ରମିକ ବ୍ରହ୍ମପୁରକୁ କାର୍ଯ୍ୟ ଅନେ୍ଵଷଣରେ ଏକ ଅଟୋ ଯୋଗେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଆହତମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ହାଟପୁର ଥାନା ଅନ୍ତର୍ଗତ ଘୁଡ଼ୁକି ଗ୍ରାମର ୧୫ରୁ ଊର୍ଧ୍ୱ ଶ୍ରମିକ ଏକ ଡାଲା ଅଟୋ ଯୋଗେ କାର୍ଯ୍ୟ କରିବା ପାଇଁ ବ୍ରହ୍ମପୁରକୁ ଆସଥିଲେ। ଅଟୋରେ ଅଧିକ ଲୋଡ୍ ଥିବା ବେଳେ ଡ୍ରାଇଭର ଦୃତଗତିରେ ଚଳାଉଥିିବାରୁ ଅଟୋ ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫୂରେ ଅଟୋଟି ରାସ୍ତା ତଳକୁ ଓଳଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଅଟୋ ତଳେ ଚାପି ହୋଇ ଯୁବକଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୧୨ ଜଣ ଶ୍ରମିକ ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରଇଛି। ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ପରିଚୟ ଜଣାପଡ଼ିି ନାହିଁ।
ବ୍ରହ୍ମପୁର: ଅଟୋ ଓଲଟି ଶ୍ରମିକ ମୃତ, ୧୨ ଗୁରତର
/sambad/media/post_attachments/wp-content/uploads/2018/07/bmpr-copy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)