ଜଗତସିଂହପୁର: ସ୍କୁଟି- ସ୍କର୍ପିଓ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର

 

ଜଗତସିଂହପୁର: ଆଜି ମଧ୍ୟାହ୍ନରେ ଜଗତପୁର ଜିଲ୍ଲା ୪ ପୋଲିଆ ନିକଟରେ ଏକ ସ୍କୁଟି- ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଜଗତସିହହପୁର ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିରିଡ଼ର ଥାନା ରାଣୀପଡ଼ାର ଅଜୟ ଖୁଣ୍ଟିଆ ନିଜର ଦୁଇଜଣ ସାଙ୍ଗ ଅଭିଷେକ ମହାନ୍ତି,  ସୁଜିତ ନାଥଙ୍କ ସହିତ ଏକ ସ୍କୁଟି ଯୋଗେ ଜଗତସିଂହପୁରରୁ ନିଜ ଗ୍ରାମ ବିରିଡ଼ିକୁ ଫେରୁଥିବା ବେଳେ ସେମାନଙ୍କୁ ସାମ୍‌ନା ପଟୁ ଆସୁଥିବା ଓଡ଼ ି୦୨ ଏଜି ୦୪୨୬ ନମ୍ବର ବିଶିଷ୍ଟ ସ୍କର୍ପିଓ ଗାଡ଼ି ଧକ୍କା ଦେଇଥିଲା। ତେବେ ସ୍କୁଟି ଆରୋହୀମାନଙ୍କୁ ରକ୍ଷା କରିବାକୁ ଯାଇ ସ୍କର୍ପିଓ ଗାଡ଼ିଟି ରାସ୍ତା ତଳକୁ   ଖସିଯାଇଥିଲେ  ମଧ୍ୟ  ସ୍କୁଟିରେ ଥିବା ୩ ଜଣ ଏଥିରେଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ୩ ଜଣଙ୍କୁ ଜଗତସିଂହପୁର ଡ଼ାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଡାକ୍ତର ଅଜୟଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର