କଟକ: ବିଳମ୍ବିତ ରାତିରେ ଚଢ଼ିିଗଲା ଟ୍ରକ, ୧ ମୃତ, ୨ ଗୁରୁତର

 

କଟକ: ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗୋବିନ୍ଦପୁର ଠାରେ  ଏକ ଅଜଣା ଟ୍ରକ୍‌ ଚଢ଼ିିଯିବାରୁ ଜଣେ ୭୦ ବର୍ଷ ବୟସ୍କ ଟ୍ରଲି ଚାଳକଙ୍କର ମୃତ୍ୟୁ ଘଟଥିବା ବେଳେ ଆଉ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ବଡ଼ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିିବା ଟ୍ରକ୍‌ଟି ରାତିର ସୁଯୋଗ ନେଇ ଫେରାର ହୋଇଯାଇଛି।

ଗତକାଲି ରାତି ପ୍ରାୟ ୩ଟାରୁ ସାଢ଼େ ୩ଟା ମଧ୍ୟରେ ଏକ ଅଜଣା ଟ୍ରକ୍‌ ଗୋବିନ୍ଦପୁର ଛକରେ ଥିବା କେବିନ ଦୋକାନ ଉପରେ ଚଢ଼ିଯାଇଥିଳା। ଭାରସାମ୍ୟ ହରାଇ ଟ୍ରକ୍‌ ୩ଟି କେବିନ ଦୋକାନ ଉପରେ ମାଡ଼ି ଯିବାରୁ ଏହା ନିକଟରେ ଶୋଇଥିବା ଟ୍ରଲି ଚାଳକ ହରିହର ମଲ୍ଲିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଓ ଅନ୍ୟ  ଦୁଇଜଣ ଯଥା   କାଠିଆ ମଲିକ ଓ ସନ୍ତରା ମଲିକ ଗୁରୁତର ଭାବେ ଆହତ ହୋଇଥିଲେ। ଆହତମାନଙ୍କ ଚିତ୍କାର ଶୁଣି ସ୍ଥନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

 

ସମ୍ବନ୍ଧିତ ଖବର