ହିନ୍ଦୋଳ: ହାତୀ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅଞ୍ଚଳରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ  ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିିବା ବେଳେ ଆଉ ଜଣେ ହିନ୍ଦୋଳ ଡାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି।  ଖବରପାଇ ବନବିଭାଗ କର୍ମଚାରୀମାନେ ଘଟରାସ୍ଥଳରେ ପହଞ୍ଚି ହାତୀ ପଲଙ୍କୁ ଘୁଡ଼ଣିବା ପାଇଁ ଉଦ୍ୟମ ଚଳାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ତେନ୍ତୁଳିସିଂହା( ଚିତଳପୁର)  ଗାଁର ପ୍ରସନ୍ନ ବେହେରା ଆଜି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଶୌଚ ପାଇଁ ବାହାରକୁ ଯାଉଥିବା ବେଳେ ହାତୀ ପଲ ହାବୁଡ଼ରେ ପଡ଼ିଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ ତଳେ କଚାଡ଼ି ଦେବା ପରେ ପାଦରେ ଦଳି ମାରି ଦେଇଥିଲେ।

ସେହିପରି ଏହି ହାତୀ ପଲ କଳିଙ୍ଗା ଗାଁର ସୁରେଶ ଚନ୍ଦ୍ର ପାଳଭ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଛ। ସେହିପରି ଅନ୍ୟ ଜଣେ ଯୁବକ ଜଣେ ମୋଟୀ=ରସାଇକେଲରେ ଆକ୍ରମଣ କରିବାରୁ ସେ ଗୁରୂତର ଭାବେ ଆହତ ହୋଇଛନ୍ତି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବୁହାଳିପାଳ ଗାଁ ପାଖ ଜଙ୍ଗଲରେ  ଥିବା  ହାତୀ ପଲଙ୍କୁ ଘଉଡ଼ାଇବା ଉଦ୍ୟମ କରୁଛନ୍ତି।

ସମ୍ବନ୍ଧିତ ଖବର