ଘଟଗାଁ ଟ୍ରକ୍‌କୁ ପଛରୁ ପିଟିଲା ବସ, ୧ ମୃତ, ୨୫ ଆହତ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଟହରିଚନ୍ଦନପୁର ନିକଟରେ ଗତକାଲି ରାତିରେ ଏକ ନାଇଟ୍‌ କୋଚ୍‌ ବସ ଦୃତଗତିରେ ଯାଇ ଏକ ୧୦ ଚକିଆ ଟକ୍‌କୁ ପଛପଟୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ କେନ୍ଦୁଝର ଜିଲ୍ଲା ବଡ଼ବିଲରୁ ଭୁବନେଶ୍ୱରକୁ ଯାଉଥିବା ସ୍ୱସ୍ତିକ ନାମକ ଘରୋଇ ନାଇଟ୍‌ କୋଚ୍‌ ବସଟି ଦୃତଗତିରେ ଯାଉଥିବା ବେଳେ ଘଟଗାଁ ଥାନା ବାଟହରିଚନ୍ଦନପୁର ନିକଟରେ ବ୍ରେକ୍‌ ଡାଉନ ହୋଇ ରହିଥିବା ଏକ ୧୦ ଚକିଆ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍‌ର ହେଲପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୨୫ ଜଣ ଆହତ ହୋଇଥିଲେ। ଖବରପାଇ ପୁଲିସ, ଦମକଳ ପହଞ୍ଚି ଆହତମାନଙ୍କୁ ବସରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର