ଉମରକୋଟ: ଦମକଳ ଗାଡ଼ି ଓଲଟି ଜଣେ ମୃତ, ୩ ଆହତ

ଉମରକୋଟ: ଗତକାଲି ରାତିରେ ନବରଙ୍ଗପୁର ଜିଲ୍ଲା ଉମରକୋର୍ଟ ଥାନା ଅନ୍ତର୍ଗତ ତରାଗୁଡ଼ା ଗ୍ରାମରେ ନିଅାଁ ଲିଭାଇ ଫେରୁଥିବା ବେଳେ ଏକ ଦମକଳ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଦମକଳ ଗାଡ଼ିର ଡ୍ରାଇଭରଙ୍କର ଘଟରାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆଗ୍ନିକ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ତରାଗୁଡ଼ା ଗ୍ରାମରେ ଏକ ପାଳଗଦାରେ ନିଆଁ ଲାଗିଯାଇଥିିଲା। ଖବର ପାଇ ଉମରକୋଟରରୁ ଦମକଳ ବାହିନୀ ସେଠାରେ ପହଞ୍ଚି ଏହି ନିଆଁ ଲିଭାଇ ଉମରକୋଟ ଫେରୁଥିବା ବେଳେ ବାଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ଜାନିଙ୍କର ମୃତ୍ୟୁ ଘଟିଥିବା ବେଳେ ସାଗର ଜାନୀ , ପୂର୍ଣ୍ଣଚନ୍ଦ୍ର ମାଝି ଓ ମାନ ସିଂହ ଶବର ଆହତ ହୋଇଥିଲେ। ପୂର୍ଣ୍ଣଚନ୍ଦ୍ର ମାଝିଙ୍କୁ ଚିକିତ୍ସା ପାଇଁ କୋରାପୁଟ୍‌ ପଠାଯାଇଛି।

ସମ୍ବନ୍ଧିତ ଖବର