ଜୟପୁର: ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ାରୁ ମାଲକାନଗିରି ଯାଉଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ କୋରାପୁଟ ବୈପାରୀଗୁଡ଼ି ଥାନା ମନ୍ତ୍ରୀଆମ୍ବ ଗାଁ ନିକଟ ଘାଟିରୁ ତଳକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଚୁନ ତଳେ ପୋତି ହୋଇ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ାରୁ ଚୁନ ବୋଝେଇ କରି ଏକ ଟ୍ରକ୍ ମାଲକାନଗିରି ଯାଉଥିବା ବେଳେ ରାତି ପ୍ରାୟ ୩ଟା ବେଳେ କୋରାପୁଟ ବୈପାରୀଗୁଡ଼ି ଥାନା ମନ୍ତ୍ରୀଆମ୍ବ ଗାଁ ନିକଟ ଘାଟିରୁ ତଳକୁ ଖସିପଡ଼ିଥିଲା। ଟ୍ରକ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଟ୍ରକ୍ରେ ଥିବା ୫ ଜଣ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଚୁନ ତଳେ ପୋତି ହୋଇ ଯାଇଥିଲେ। ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ତେବେ ଉଦ୍ଧାର ବେଳକୁ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟି ସାରିଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଜୟପୁର: ଘାଟିରୁ ଖସିଲା ଟ୍ରକ, ଚୁନରେ ପୋତି ହୋଇ ଶ୍ରମିକ ମୃତ, ୩ ଗୁରୁତର
/sambad/media/post_attachments/wp-content/uploads/2018/12/Truck-Accident_3-Serious_Thumbnail.jpg)
/sambad/media/agency_attachments/2024-07-24t043029592z-sambad-original.webp)