ସୋର: ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ପଣପଣା ଗାଁ ନିକଟରେ କୋଲକାତାରୁ ଧାମନଗର ଯାଉଥିବା ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଜଣେ ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ବସରେ ଥିବା ୪୦ ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସୋର, ଖନ୍ତାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କୋଲକାତାରୁ ମୁସଲମାନ ସମ୍ପ୍ରଦାୟର ଏକ ତୀର୍ଥଯାତ୍ରୀ ଦଳ ଭଦ୍ରକ ଜିଲ୍ଲା ଧାମନଗରଠାରେ ଥିବା ଏକ ପୀରବାବା ପୀଠକୁ ବୁଲିବାକୁ ଆସୁଥିବା ବେଳେ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ପଣପଣା ନିକଟରେ ସାମନାପଟୁ ଏକ ଟାଟା ଏସିଇ ଗାଡ଼ି ଆସି ଯାଇଥିିଲା। ଦୃତଗତିରେ ଆସୁଥିବା ଟାଟା ଏସିଇ ଗାଡ଼ିକୁ ବଞ୍ଚାଇବାକୁ ଯାଇ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ବସ ତଳେ ଚାପି ହୋଇ ନାସୀର ବେଗମ୍(୪୫ ବଷ)ଙ୍କର ଘଟରାସ୍ଥଳରେ ମୃତ୍ୟୁ ଘଟିଥିଲା। ବସରେ ଥିବା ଅନ୍ୟ ୪୦ ଜଣ ଯାତ୍ରୀ ଆହତ ହୋଇଥିଲେ। ଖବରପାଇ ପୁଲିସ, ଦମକଳ ଓ ସ୍ଥାନୀୟ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ସୋର: ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ, ୪୦ ଆହତ
/sambad/media/post_attachments/wp-content/uploads/2018/06/soro-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)