ଘୁ ଉଦୟଗିରି: ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଘାଟି ଉପରେ ଏକ ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଘୁ. ଊଦୟଗିରି ଡାକ୍ତରଖାନାରେ ଜରୁରି ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ଏମକେସିଜି ମେଡିିକାଲ କଲେଜ୍‌ ଆଣ୍ଡ ହସ୍‌ପିଟାଲକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଉଛି।

Advertisment

publive-image
ମିଳିଥିବା ସୂଚନା ଅନୁଯାୟୀ, ବିହାରର ପାଟନାରୁ ଭଞ୍ଜନଗରକୁ ଟେଲିଫୋନ୍‌ ମେସିନ ନେଇ ବିଆର ୦୧ ଜି ୬୪୯୪ ନମ୍ବର ବିଶିଷ୍ଟ ଟ୍ରକ୍‌ ଆସୁଥିବା ବେଳେ କଳିଙ୍ଗା ଘାଟି ଉପରେ ଥିବା ଦୁର୍ଘଟଣାଗ୍ରସ୍ତ ହୋଇଥିିଲା। ଏଡି ଟ୍ରକ୍‌ରେ ଡ୍ରାଇଭର ସମେତ ମୋଟ୍‌ ୧୧ ଜଣ ଶ୍ରମିକ ଥିଲେ।ଏହି ଦୁର୍ଘଟଣାରେ ରଘୁରାଜ( ୨୨ ବର୍ଷ)ନାମକ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଟ୍ରକ୍‌ ଭିତରେ ଚାପି ହୋଇ ରହିଯାଇଥିିବା ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ ଗ୍ୟାସକଟର ଯୋଗେ ଟ୍ରକ୍‌କୁ କାଟିବାକୁ ପଡ଼ିଛିି। ଏହି ଦୁର୍ଘଟଣାରେ ଡ୍ରାଇଭର ବିକାଶ କୁମାରଙ୍କ ସହିତ ଛୋଟୁ, ବିନୋଦ ଓ ଅନ୍ୟ ୨ ଜଣ ଶ୍ରମିକ ଗୁରତର ଭାବେ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଓ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛନ୍ତି।