କେନ୍ଦୁଝର: ଗତକାଲି ରାତିରେ କେନ୍ଦୁଝର ସଦର ବନାଞ୍ଚଳ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତର ଭାଲୁପାହାଡ଼ି ଗାଁରେ ଭାଲୁ ଆକ୍ରମଣ କରିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ନିକଟସ୍ଥ ଗୋପପୁର ଗାଁରେ ଅନୁଷ୍ଠିତ ପାଲା ଦେଖି ଭାଲୁପାହାଡ଼ି ଗାଁର କେତେକ ଲୋକ ଫେରୁଥିବା ବେଳେ ଗାଁ ମୁଣ୍ଡରେ ସେମାନଙ୍କୁ ଏକାଧିକ ଭାଲୁ ଆକ୍ରମଣ କରିଥିଲେ। ଏଥିରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଥିଲେ। ଭାଲୁ ଲୋକମାନଙ୍କୁ ହାତ, ଗୋଡ଼, ମୁହଁ ଆଦିକୁ ନଖରେ ଚିରି ଦେଇଥିବା ଦେଖିବାକୁ ମିଳିଛି।
କେନ୍ଦୁଝର: ଭାଲୁ ଆକ୍ରମଣରେ ଜଣେ ମୃତ, ୮ ଗୁରୁତର
/sambad/media/post_attachments/wp-content/uploads/2018/04/keonjhar-copy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)