ବରଗଡ଼: ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକଅପ ଭ୍ୟାନ, ୧ ମୃତ, ୮ ଆହତ

ବରଗଡ଼: ବରଗଡ଼ ଜିଲ୍ଲାପଦ୍ମପୁର ନିକଟସ୍ଥ ଘେଁସ ବ୍ରିଜ୍‌ ଉପରେ ଗତକାଳି ବିଳମ୍ବିତ ରାତିରେ ଏକ ମିନିଟ୍ରକ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥବିା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୨ଟା ବେଳେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌୍‌ ଅନ୍ତର୍ଗତ ବାବୁପାଲି ଗ୍ରାମର କେତେକ ଲୋକ ପିଲାଛୁଆଙ୍କ ସହିତ କେନ୍ଦୁପତ୍ର ତୋଳିବା ପାଇଁ ଦେବଗଡ଼ ଜିଲ୍ଲାକୁଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଯାଉଥିବା ବେଳେ ଘେଁସ ବ୍ରିଜ୍‌ ଉପରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଭ୍ୟାନରେ ଡ୍ରାଇଭରଙ୍କ ସମେତ ମୋଟ୍‌୍‌ ୧୮ ଜଣ ଥିଲେ।ଏହି ଦୁର୍ଘଟଣାରେ କାଦମ ସୁନାନୀ(୪୨ ବର୍ଷ)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଶିଶୁଙ୍କ ସମେତ ମୋଟ୍‌ ୮ ଜଣ ଆହତ ହୋଇଥିଲେ। ଖବରପାଇ ପୁଲିସ ଓ ଦମକଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର