ସୋନପୁର: ଦୁର୍ଘଟଣାରେ ଯୁବକ ମୃତ, ଜଣେ ଗୁରୁତର

ସୋନପୁର: ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଲୁପୁରସିଂହା ନିକଟରେ ଆଜି ଦିନ ପ୍ରାୟ ୧୧ଟା ବେଳେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ୨୨/୨୪ ବର୍ଷୀୟ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଓ ଆହତ ଯୁବକଙ୍କ ପରିଚୟ ଜଣାପଡ଼ିି ନାହିଁ। ଗୁରୁତର ଯୁବକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର