ଖଣ୍ଡପଡା: ନୟାଗଡ଼ ଜିଲ୍ଲା ଖଣ୍ଡପଡା ସହରାଞ୍ଚଳ ଅନ୍ତର୍ଗତ ବ୍ଲକ ସମ୍ମୁଖରେ ହାଇୱା ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଶନିବାର ଅପରାହ୍ନରେ ନୟାଗଡ ପଟୁ ଦ୍ରୁତଗତିରେ ଆସୁଥିବା ଓଡି ୨୫କେ ୮୩୮୪ ନମ୍ବର ବିଶିଷ୍ଟ ହାଇୱାଟି ସହରାଞ୍ଚଳ ଅନ୍ତର୍ଗତ ଗଡଭିତରସାହି ବାସିନ୍ଦା ସୁରେନ୍ଦ୍ର ବେହେରା(୪୦)ଙ୍କୁ ଧକ୍କା ଦେବାସହ ଡାହାଣପଟେ ଥିବା ପ୍ରାଚୀର ଭାଙ୍ଗି ଖାଲ ମଧ୍ୟକୁ ପସିଯାଇଥିଲା।
/sambad/media/post_attachments/wp-content/uploads/2020/11/ace19ab6-e230-4b0c-ab83-a584b37c9d8a-1024x768.jpg)
ଅନ୍ୟପକ୍ଷରେ ଗୁରୁତର ଆହତ ସୁରେନ୍ଦ୍ରଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିବାସହ ପ୍ରଥମେ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବାବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ନୟାଗଡ ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିବା ସୂଚନା ମିଳିଛି। ଆହତ ସୁରେନ୍ଦ୍ରଙ୍କର ଦୁଇଗୋଡ ଉପରେ ହାଇୱା ଚଢିଯାଇଥିବାବେଳେ ଘଟଣାସ୍ଥଳରୁ ଫେରାର ହେବାକୁ ବସିଥିବା ଡ୍ରାଇଭର ଓ ହେଲପରକୁ ଲୋକେ ପୋଲିସ ଜିମା ଦେଇଥିବା ଜଣାପଡିଛି। ସେହିପରି ଘଟଣାପରେ ଉତ୍ୟକ୍ତ ଲୋକେ ଖଣ୍ଡପଡା-ନୟାଗଡ ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତାକୁ ଟାୟାର ଜାଳି ରାସ୍ତା ଅବରୋଧ କରିଥିବାବେଳେ ଆହତଙ୍କ ପରିବାରକୁ କ୍ଷତିପୂରଣ ଦାବିକରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ମଦ୍ୟପାନ ସହ ଦ୍ରୁତ ଗାଡିଚାଳନା ଯୋଗୁଁ ଏହି ଘଟଣା ଘଟିଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/03041263-895f-45dc-a08d-e6050514ea72.jpg)