ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକଟୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରଧାନୀଗୁଡା ଛକ ନିକଟରେ ରହିଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଗୃହକୁ ପିଟିଲା କାର। ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
/sambad/media/post_attachments/wp-content/uploads/2021/06/9f1adc49-2e5e-4b8d-8f11-7b384a2fa5c5-768x1024.jpg)
ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କାଉଡୋଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁମଡ଼ାମୁଣ୍ଡା ଗ୍ରାମର ଭକ୍ତରାମ ପାତ୍ର (୪୫), ତୁଲାରମ ନାୟକ (୩୦) ଏକ କାର (ଓଡ଼ି ୦୮ ଜି ୪୪୪୦) ଯୋଗେ ବୁଧୁବାର ଦିନ କୌଣସି କାମରେ ନବରଙ୍ଗପୁର ଆସିଥିଲେ । କାମ ସରିବା ପରେ ଉଭୟ ନିଜ ଘରକୁ ଫେରିଥିଲେ ।ତେବେ ସନ୍ଧ୍ୟା ୬ ଘଣ୍ଟା ସମୟରେ ପ୍ରଧାନୀଗୁଡା ଛକ ନିକଟରେ ରହିଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଗୃହ କୁ କାରର ଭାରସାମ୍ୟ ହରାଇ ପିଟିଥିଲା । ଦୁର୍ଘଟଣାରେ କାର ଚାଳକ ତୁଲାରାମ କିଛି ହୋଇନଥିବା ବେଳେ ଭକ୍ତରାମ ଗୁରୁତର ଆହତ ହୋଇଛନ୍ତି । ପରେ ଗ୍ରାମବାସୀ ଦୁହେଁକୁ ଉଦ୍ଧାର କରିଥିଲେ । ସନ୍ଦୀପ କୁମାର ବିଷୋୟୀ ଜଣେ ଯୁବକ ଦୁହେଁକୁ ନିଜ ବାଇକ ଆଣି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଭକ୍ତରାମ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/4d9e9b25-d432-4f25-b3dd-ec7cd795701b.jpg)