କୁଚିଣ୍ଡା: ଦେବଗଡ଼ ଜିଲ୍ଲା ଝରାଗୁଗୁଆ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଛେଳି ଚରାଳି ଗୁରୁତର ଆହତ ହୋଇଛନ୍ତି। କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ବୁଧବାର ଅପରାହ୍ଣ ପ୍ରାୟ ୧ଟା ୩୦ ସମୟରେ ଝରାଗୁଗୁଆ ଗ୍ରାମର ଦୁଇ ଯୁବକ ଜଗବନ୍ଧୁ କିସାନ (୨୪) ଓ ବୃନ୍ଦାବନ କିସାନ (୨୫) ଛେଳି ଚରାଇବାକୁ ଜଙ୍ଗଲ ଭିତରକୁ ଯାଇଥିଲେ। ବୃନ୍ଦାବନ କିଛି ଦୂରରେ ଅନ୍ୟ ଛେଳି ଜଗିଥିବା ସମୟରେ ଏକ ବୁଦା ମୂଳରୁ ଭାଲୁ ଜଗବନ୍ଧୁଙ୍କ ଉପରକୁ ଡେଇଁଥିଲା। ଜୀବନ ରକ୍ଷା କରିବା ପାଇଁ ଜଗବନ୍ଧୁ ଭାଲୁର ବେକକୁ ଜାବୁଡ଼ି ଧରି ଗୋଡ଼ରେ ଲାତ ମାରିଥିଲେ। ଶେଷରେ ଭାଲୁ ତାଙ୍କୁ ଛାଡ଼ି ପଳାଇଥିଲା। ପରେ ସାଙ୍ଗରେ ଥିବା ବୃନ୍ଦାବନ ଗୁରୁତର ଅବସ୍ଥାରେ ଜଗବନ୍ଧୁଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସଂକଟାପନ୍ନ ଅବସ୍ଥାରେ ବୁର୍ଲା ପଠାଯାଇଛି।
ଭାଲୁ ଆକ୍ରମଣରେ ଛେଳି ଚରାଳି ଗୁରୁତର
/sambad/media/post_attachments/wp-content/uploads/2020/06/blackbear.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)