ଖୋର୍ଦ୍ଧା: ବେଗୁନିଆରେ ଦିନ ଦ୍ୱିପ୍ରହରରେ ଗୁଳି ଫୁଟିଛି। ପାରିବାରିକ ଗଣ୍ଡଗୋଳକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗୁଳିକାଣ୍ଡରେ ବିଭୂତି ଭୂଷଣ ଜେନ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ତଳି ପେଟରେ ଗୁଳି ଲାଗି ଥିବା ବେଳେ ପ୍ରଥମେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି।
ଗୁଳିମାଡ କରିଥିବା ବ୍ୟକ୍ତି ପ୍ରସନ୍ନ ନାୟକ ଜଣେ ପୂର୍ବତନ ସାମରିକ କର୍ମଚାରୀ ବୋଲି ଜଣାପଡିଥିବା ବେଳେ ସେ ଫେରାର ହୋଇଯାଇଛନ୍ତ। ଖୋର୍ଦ୍ଧା ଏସ୍ପି ରାଜକିଶୋର ଦୋରା ଘଟଣାର ତଦନ୍ତ ଚଳାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/20705e1e-3260-4dcb-9cd9-bbfeada79410.jpg)