ପାଟଣାଗଡ଼: ବଲାଙ୍ଗୀର ଜିଲ୍ଳା ପାଟଣଗାଡ଼ ବ୍ଳକ ବିଲେଇସାଥି ଗ୍ରାମ ନିକଟରେ ଥିବା ସେତୁ ନିକଟ ଏକ ବୁଦା ମୂଳେ ବିସ୍ଫୋରଣ ହେବା ଦ୍ବାରା ଜଣେ ଗୁରୁତର ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଗୁରୁତର ଯୁବକ ହେଲେ ହେମସାଗର ସାହୁ (୩୫)।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ସମୟରେ ଶୌଚ କରିବାକୁ ଗ୍ରାମର ତ୍ରିନାଥ ସାହୁଙ୍କ ପୁଅ ହେମସାଗର ସାହୁ ନିକଟସ୍ଥ ସେତୁ ତଳେକୁ ଯାଇଥିଲେ। ସେହି ସମୟରେ ସେତୁ ତଳେ ଥିବା ଏକ ବୁଦା ମୂଳେ ଏକ ନୂଆଁ ଜରି ‌ବ୍ୟାଗ ଥିବା ଦେଖିଥି‌ଲେ ହେମସାଗର। ଏହାକୁ ଦେଖି ଜରିରେ କଣ ଅଛି ବୋଲି ଖୋଲିବା ବେଳକୁ ବିସ୍ଫୋରଣ ହୋଇଥିଲା। ଏହି ବିସ୍ପୋରଣରେ ହେମସାଗର ଗୁରୁତର ହୋଇ ପଡିଥିଲେ। ବିସ୍ଫୋରଣର ଶବ୍ଦ ଗ୍ରାମକୁ ଶୁଭିଥିବା ବେଳେ ଗ୍ରାମାବସୀ ସମ୍ପୃକ୍ତ ସେତୁ ନିକଟକୁ ଆସିଥିଲେ। ସେଠାରେ ଗୁରତର ଭାବେ ଥିବା ଦେଖି ଗ୍ରାମ ଲୋକଙ୍କ ସହ ବିସ୍ଫୋରଣର କିଛି ଦୂରରେ ଥିବା ଜଗନ୍ନାଥ ସାହୁ ନାମକ ଜ‌ୈନିକ ବ୍ୟକ୍ତି ହେମସାଗରଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ। ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

publive-image Sambad

ପାଟଣାଗଡ଼ ଡାକ୍ତରଖାନାରେ ଉପଜିଲ୍ଲାପାଳ, ତହସିଲଦାର ଓ ଆରଆଇ ପହଞ୍ଚି ଥିବା ବେଳେ ପୁଲିସ ପହଞ୍ଚି ତଦନ୍ତ କରି ଘଟଣାସ୍ଥଳରେ ତଦନ୍ତ କରୁଥିବା ଜଣାପଡିଛି। ହେମସାଗରଙ୍କ ପରିବାରବର୍ଗଙ୍କୁ ରେଡକ୍ରସ ପାଣ୍ଡିରୁ ୩୦ ହଜାର ଟଙ୍କା ପ୍ରଦାନ କରା ଯାଇଥିବା ନେଇ ତହସିଲଦାର ଲକ୍ଷ୍ମଣ ମାଝୀ କହିଛନ୍ତି। ତେବେ ବିସ୍ଫୋରଣର କାରଣ ଏକ ବୋମା ବୋଲି ଜଣାପଡିଥିବା ବେଳେ ଏହି ବୋମା ଦ୍ବାରା ବାରାହା ଶିକାର ପାଇଁ ରଖା ଯାଇଥିବା ନେଇ ସନ୍ଦେହ କରା ଯାଉଥିବା ନେଇ କିଛି ଲୋକ କହୁଥିବା ବେଳେ ଆଉ କିଛି ଲୋକଙ୍କ କହିବା ଅନୁଯାୟୀ, ବାରାହା ମାରିବା ପାଇଁ ବୋମା ଏପରି ପ୍ରଚଣ୍ଡ ଶବ୍ଦ ହୁଏ ନାହିଁ ବୋଲି ଆଲୋଚନା କରୁଥିବା ଜଣାପଡିଛି। ଫଳରେ ଏହାର ଉଚିତ ତଦନ୍ତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।