ତିର୍ତ୍ତୋଲ: ଶିବଙ୍କୁ ଜଳଲାଗି ପାଇଁ ନଦୀରୁ ପାଣି ଆଣୁଥିବା ବେଳେ ନଦୀରେ ଭାସିଗଲେ କାଉଡ଼ିଆ

ତିର୍ତ୍ତୋଲ: ଆଜି ସକାଳେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ମହନଦୀର ଝୁଲାବଣ ମଠ ନିକଟରୁ ଶିବଙ୍କୁ ଜଳାଶାୟୀ କରିବା ପାଇଁ ପାଣି ଆଣୁଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଦୁଇଜଣ କାଉଡ଼ିଆ ଭାସିଯାଇଛନ୍ତି। ପାଣି ଆଣୁଥିବା ବେଳେ ହଠାତ ଦୁଇଜଣ କାଉଡ଼ିଆ ଭାସି ଯାଇଥିଲେ। ମାତ୍ର ସେଠାରେ ଥିବା ଅନ୍ୟ କାଉଡ଼ିଆମାନେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀମେନେ ତାଙ୍କୁ ଉଦ୍ଧାର କରିବା ପାଇଁ ନଦୀରେ ଖୋଜାଖୋଜି କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ତିର୍ତ୍ତୋଲ ଥାନା ପିମ୍ପଲମାଧବ ପଞ୍ଚାୟତ ଅନ୍ତର୍ଗତ ମହମତାବାଦ ଗାଁର ସରୋଜ ନାଥ ଓ ତ୍ରିନାଥ ଦାସ ଅନ୍ୟ କାଉଡିଆମାନଙ୍କ ସହିତ ଶିବଙ୍କୁ ଜଳଲାଗି କରିବାକୁ ଝୁଲାବଣ ମଠ ନିକଟସ୍ଥ ମହାନଦୀରୁ ଜଳ ଆଣିବାକୁ ନଦୀ ଭିତରେ ପଶିଥିଲେ । ମାତ୍ର ଉଭୟ ସରୋଜ ଓ ତ୍ରିନାଥ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ନଦୀକୂଳର ଉପସ୍ତିତ କେତେକ କାଉଡ଼ିଆ ସରୋଜ ନାଥଙ୍କୁ ଉଦ୍ଧାର କରି ପାରିଥିବା ବେଳେ ଏବେ ବି ତ୍ରିନାଥ ଦାସ ମହାନଦୀରେ ନିଖୋଜ ଅଛନ୍ତି।

ସମ୍ବନ୍ଧିତ ଖବର