ଜମି ଗଣ୍ଡଗୋଳକୁ ନେଇ ଜଣେ ମୃତ୍ୟୁ, ୭ ଅଟକ

ପୋଲସରା: ଜମି ଗଣ୍ଡଗୋଳକୁ ନେଇ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପୁଲିସ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମଧୂପଲ୍ଲୀ ପଞ୍ଚାୟତ ଅଧୀନରେ ହୀରାପଲ୍ଲୀ ଗ୍ରାମରେ ଥିବା ପ୍ରଭାକର ଗୌଡ଼ (୫୫) ଏକ ସରକାରୀ ଜମି ନିଜ ଦଖଲରେ ରଖିଥିଲେ। ଏହାକୁ ନେଇ ଗ୍ରାମବାସୀ ଓ ପ୍ରଭାକରଙ୍କ ମଧ୍ୟରେ କ୍ରମାଗତ ଝଗଡା ଲାଗି ରହିଆସୁଥିଲା। ଗ୍ରାମବାସୀ ସେହି ସ୍ଥାନରେ କୋଠଘର ଓ ସ୍କୁଲ ପାଚୋରୀର କିଛି ଅଂଶ ନିର୍ମାଣ ପାଇଁ କଥା ଉଠାଇଥିଲେ। ଏହା ପରେ ପ୍ରଭାକର ପୋଲସରା ଥାନାରେ ଅଭିଯୋଗ କରିଥିଲେ। ରାତିରେ ଗ୍ରାମସଭା ବସିଥିଲା। ପ୍ରଭାକର ମଦ ପିଇ ଗାଳି ଗୁଲଜ କରିଥିଲେ। ଫଳରେ ସେ ଗ୍ରାମବାସୀଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିଲେ। ଆହତ ଅବସ୍ଥାରେ ପ୍ରଭାକରଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯିବା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏ ନେଇ ପ୍ରଭାକରଙ୍କ ପୁଅ ଦେବରାଜ ଗୌଡ଼ଙ୍କ ଏତଲା ପାଇ ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ୭ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର