ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ୍‌, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

ମାଲକାନଗିରି: କୋରକୋଣ୍ଡା ବ୍ଳକ୍‌ର ଏମଭି ୩୭ ବାଲିମେଳା-ମାଲକାନଗିରି ମୁଖ୍ୟ ରାସ୍ତାରେ ଏକ ମଟରସାଇକଲ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥିବା ଉଭୟ ମୃତକ ଓ ଆହତଙ୍କ ପରିଚୟ ମିଳିପାରି ନାହିଁ। ଆଜି ସନ୍ଧ୍ୟା ୬ଟା ୪୫ରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଥିବା ଲୋକଙ୍କ କହିବା ଅନୁଯାୟୀ ଦୁର୍ଘଟଣା ସମୟରେ ଏକ ବଡ ଶବ୍ଦ ଶୁଭିଥିଲା। ସୂଚନା ପାଇଁ ଘଟଣାସ୍ଥଳରେ ବାଲିମେଳା ପୁଲିସ ପହଞ୍ଚିଛି। ଆମ୍ବୁଲାସ୍‌ ଜରିଆରେ ଆହତଙ୍କୁ ହସ୍‌ପିଟାଲ ନିଆଯାଇଛି।

ସମ୍ବନ୍ଧିତ ଖବର