ଅନୁଗୁଳ: ପାଲଲହଡା ଥାନା ରାଧାସାହିରେ ମଙ୍ଗଳବାର ଜଣେ ଯୁବକଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। ତେବେ ଯୁବକଙ୍କୁ କେଉଁ କାରଣରୁ ଏଭଳି ଜଘନ୍ୟ ଭାବେ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ସୂଚନା ପାଇ ପୁଲିସ ପହଂଚି ଘଟଣାର ତଦନ୍ତ କରୁଛି।