ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ଟାଇଁସର ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ତିଲେଇବଣିର ସନମ ନାଥ(୨୩) ଏବଂ ଟାଇଁସର ଗ୍ରାମର ସଚ୍ଚିଦାନନ୍ଦ ରଣା(୨୩) ବାଇକ୍ରେ ତିଲେଇବଣି ଅଭିମୁଖେ ଯାଉଥିଲେ। ୪୯ନଂ ଜାତୀୟ ରାଜପଥର ଟାଇଁସର ସ୍କୁଲ୍ ନିକଟରେ ଥିବା ଏକ ଡାଇଭର୍ସନରେ ଭାରସାମ୍ୟ ହରାଇ ଦୁର୍ଘଟଣାରୁ ସମ୍ମୁଖୀନ ହୋଇଥିଲେ। ଉଭୟ ବାଇକ୍ରୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାରକରି ୧୦୮ ଆମ୍ବୁଲାନ୍ସ ସହାୟତାରେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସନମଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସଚ୍ଚିଦାନନ୍ଦଙ୍କ ଚିକିତ୍ସା ଜାରି ରହିଛି। ଖବରପାଇ ଦେବଗଡ଼ ଥାନା ପୁଲିସ ଶବ ଜବତ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ବାଇକ୍ ଦୁର୍ଘଟଣା, ଜଣେ ମୃତ
/sambad/media/post_attachments/wp-content/uploads/2020/10/dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)