ପୂର୍ବ ବିବାଦ ନେଲା ଉଗ୍ର ରୂପ: ଜଣକର ମୃତ୍ୟୁ, ଜଣେ ଆହତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ବିଲେଇସାଥି ଗାଁ ମୁଣ୍ଡରେ ଝାମେଲା କ୍ରମଶଃ ଉଗ୍ର ରୂପ ନେଇଥିବା ବେଳେ ଏଥିରେ ଜଣକର ମୃତ୍ୟୁ ଘଟିଥିବା ଓ ଜଣେ ଗୁରୁତର ଆହତ ହୋଇ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼ ବ୍ଲକ ବିଲେଇସାଥି ଓ ସୋଲବନ୍ଧ ଗ୍ରାମ ମଧ୍ୟରୁ ଏକ ଛୋଟ ନଦୀ ଯାଇଛି । ତେବେ ଉକ୍ତ ନଦୀରୁ ଦୀର୍ଘ ଦିନରୁ ନଦୀ ସଂଲଗ୍ନ ଥିବା ଉଭୟ ପାର୍ଶ୍ବରେ ଥିବା ଦୁଇ ଜମି ମାଲିକଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ବିବାଦ କ୍ରମଶଃ ଉଗ୍ର ରୂପ ନେଇ ମାରପିଟ ହୋଇଥିଲାା ଏଥିରେ ସୋଲବନ୍ଧ ଗ୍ରାମର ଓମ ପ୍ରକାଶ ବେହେରା ନାମକ ଜଣକର ମୃତ୍ୟୁ ଘଟିଥିବା ବେଳେ ଧୁମା ମାଝୀ ଗୁରୁତର ହୋଇ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ଜଣାପଡିଛି । ମୃତକଙ୍କ ଜେଜେବାପା ଝସକେତନ ବେହେରା ପାଟଣାଗଡ଼ ଥାନାରେ ଏ ନେଇ ଅଭିଯୋଗ କରିଥିବା ବେଳେ ସେଥିରେ ବିଲେଇସାଥି ଗ୍ରାମର ଚତୁଭୁର୍ଜ ସାହୁ, ସଞ୍ଜୟ ସାହୁ, ବିଶ୍ବାମିତ୍ର ସାହୁ ଏବଂ ଛବିଳ ସାହୁଙ୍କ ନାମରେ ଅଭିଯୋଗ କରିଥିବା ଜଣାପଡିଛି ।

ଏ ସମ୍ପର୍କରେ ପାଟଣାଗଡ଼ ଏସଡିପିଓ ସୁରେଶ ନାଏକଙ୍କୁ ପଚାରିବାରୁ ସେ, ଅଭିଯୋଗକୁ ଭିତ୍ତି କରି ପୁଲିସ କେସ ନଂ ୯୬ ତା,୧୪.୫.୨୦ରେ ଧାରା ୩୦୨/୩୪ ଆଇପିସି ଅନୁଯାୟୀ ଏକ ମାମାଲା ରୁଜ କରି ଘଟଣାର ସତ୍ୟାସତ୍ୟକୁ ନେଇ ଅଧିକ ତଦନ୍ତ ଜାରି ରହିଛି, ଏଥିରେ ଅଧଇକ ଲୋକ ସାମିଲ ଥିବା ନେଇ ଅନୁମାନ କରା ଯାଉଛି ବୋଲି କହିଥିଲେ । ଘଟଣା ସମ୍ପର୍କରେ ପାଟଣାଗଡ଼ ଥାନାଧିକାରୀ କେ. ପ୍ରିୟଙ୍କା ରାଉତରାଏଙ୍କୁ ପଚାରିବାରୁ ସେ, ଚତୁର୍ଭୁଜ ସାହୁଙ୍କୁ ଅଟକ ରଖି ଅଧିକ ପଚରା ଉଚୁରା କରୁଥିବା କହିଛନ୍ତି । ଅପର ପକ୍ଷରେ ଅଞ୍ଚଳରେ ବାଲି ଚୋରା ଚାଲାଣକୁ ନେଇ ଚର୍ଚ୍ଚା ହେଉଥିବା ସମ୍ପର୍କରେ ପଚାରିବା ବେଳେ ଥାନାଧିକାରୀ ଶ୍ରୀମତି ରାଉତରାଏ ଏହା ପୂର୍ବ ବିବାଦର କାରଣ ବୋଲି ଅନୁମାନ କରାଯାଉଛି ବୋଲି କହିଛନ୍ତି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଫେରାର ରହିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର