ରାୟଗଡା: ମୁନିଗୁଡା ବ୍ଳକ ଅଧିନସ୍ଥ ଅମ୍ବାଦଲା ପଞ୍ଚାୟତ ସୁକୁଲାଭଟା ଗାଁରେ ଗୁଣିଗାରେଡି ସନ୍ଦେହରେ ଗୁରୁବାର ଦୁଇଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ଜଣେ ହତ୍ୟାକାରୀଙ୍କୁ ପୁଲିସ ଗିରଫକରି ସାଇଣ୍ଟିଫିକ ଦଳ ତଦନ୍ତ କରୁଛି। ଘଟଣାରୁ ପ୍ରକାଶ ଜୁନ ୨୦ ସନ୍ଧ୍ୟା ପ୍ରାୟ ୭ଟା ହେବ ସୁକୁଲାଭଟା ଗାଁର ମକାରୁ ନାୟକ (୫୦) ଏକାକି ଚାଲିଚାଲି ଘରକୁ ଫେରିବା ସମୟରେ ଜଗଂଲିଆ ରାସ୍ତାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସେହି ଗ୍ରାମର କରୁଣାକର ନାୟକ ଠେଗାଂରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ମକାରୁ ନାୟକଙ୍କ ମୃତ୍ୟୁ ହୋଇଥିଲା।

Advertisment

ଖବରପାଇ ମୃତ୍ୟ ମକାରୁ ନାୟକର ଭାଇ ଘଟଣା ସ୍ଥଳକୁ ଯିବା ବେଳେ ବାଟରେ ହତ୍ୟାକାରୀ କରୁଣା ଲୁଚି ପଳାଇ ଯାଉଥିବା ଦେଖି ମୃତଙ୍କ ଭାଇ ନକୁଳ ନାୟକ (୪୦)ଠେଗାଂ ଓ ପଥର ସାହାଯ୍ୟରେ ଆକ୍ରମଣ କରିବାରୁ ସେଠାରେ କରୁଣାର ମୃତ୍ୟୁ ହୋଇଥିଲା। ସୂଚନା ପାଇ ଘଟଣାସ୍ଥଳରେ ଆଇଆଇସି ଓ ଏସଡିପିଓ ଚନ୍ଦ୍ରଶେଖର ହୋତା ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଥିବା ବେଳେ ନକୁଳ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।