ଟ୍ରକ ଧକ୍କାରେ ଜଣେ ମୃତ, ଚାଳକ ଅଟକ

ଖୋର୍ଦ୍ଧା: ଆଜି ୧୬ ନମ୍ବର ଜାତୀୟ ରାଜପଥର ତୋଟାପଡ଼ା-ଜରିପୁଟ ଛକ ନିକଟରେ ଏକ ସାମଗ୍ରୀ ବୋଝେଇ ହୋଇଥିବା ଟ୍ରକ୍ ଧକ୍କାରେ ଜଣେ କ୍ଷୁଦ୍ର ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି ।

ସୂଚନାନୁସାରେ, ସଦର ଥାନା ଅଧୀନ ଲହଙ୍ଗା ଗାଁର ନବ କିଶୋର ନାୟକ (୪୪) ଖୋର୍ଦ୍ଧାରୁ ସାମଗ୍ରୀ କିଣି ନିଜ ଆକ୍ଟିଭାରେ ଗାଁକୁ ଫେରୁଥିଲେ । ପ୍ରାୟ ସାଢ଼େ ୧୧ଟା-୧୨ଟା ସମୟରେ, ତୋଟାପଡ଼ା-ଜରିପୁଟ ନିର୍ମାଣାଧୀନ ଜାତୀୟରାଜପଥର ଅପରପାଶ୍ୱର୍କୁ ଯିବା ବେଳେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଟ୍ରକ୍ (ଏପି ୦୭ ଟିୟୁ ୬୬୯୫) ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ସେ ଆଗକୁ ଛିଟିକି ପଡ଼ିଥିଲେ ତାଙ୍କ ଅଂଟା ଓ ଗୋଡ଼ ଉପରେ ଟ୍ରକ୍‌ଟି ଚଢ଼ିଯାଇ ପ୍ରାୟ ୫-୬ ମିଟର ଆଗକୁ ଘୋଷାଡ଼ି ନେଇଥିଲା । ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେବା ସହ ଆମ୍ବୁଲାନ୍ସରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଏହି ଘଟଣାରେ ପୁଲିସ ଉକ୍ତ ଟ୍ରକର ଚାଳକକୁ ଥାନାରେ ଅଟକ ରଖିବା ସହ ଅନୁସନ୍ଧାନ ଚଳାଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର