ରୋଗୀକୁ ଦେଢ଼ କିଲୋମିଟର ଯାଏଁ ଖଟିଆରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

ଜହ୍ନାପଙ୍କ: ପୁଣି ବିଜମାରି ଗ୍ରାମରେ ପୁନରାବୃତ୍ତି ଦେଖିବାକୁ ମିଳିଛି ଦେଢ଼ କିଲୋମିଟର ରୋଗୀଙ୍କୁ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ। ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ୍ ଆମ୍ବଝରୀ ଗ୍ରାମ ପଞ୍ଚାୟତ ବିଜାମାରୀ ଗ୍ରାମର ଜଣେ ରୋଗୀଙ୍କୁ ଷ୍ଟ୍ରେଚର୍‌ରେ ପ୍ରାୟ ଦେଢ଼ କିଲୋମିଟର ଯାଏଁ ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ପ୍ରଭାକର କଂହର ପାରାଲିସିସରେ ଆକ୍ରାନ୍ତ ହୋଇଥିବା ବେଳେ ସୁଚନା ପାଇ ୧୦୮ ଆମ୍ବୁଲାନ୍ସ୍ କର୍ମଚାରୀ ମାନେ ବିଜାମାରୀ ପହଂଚି ରୋଗୀଙ୍କ ଘର ଅନୁସନ୍ଧାନ କରିଥିଲେ।

ରୋଗୀଙ୍କ ଘର ପ୍ରାୟ ଦେଢ଼ କିଲୋମିଟର ଦୂର ଓ ରାସ୍ତା ଯୋଗାଯୋଗ ନ ଥିବାରୁ ଆମ୍ବୁଲାନ୍ସ ଯିବା ସମ୍ଭବ ହୋଇ ପାରିନଥିଲା। ଶେଷରେ ଆମ୍ବୁଲାନ୍ସ୍ କର୍ମଚାରୀ ଫାର୍ମାସିଷ୍ଟ କୃଷ୍ଣଚନ୍ଦ୍ର ସାହୁ, ଡ୍ରାଇଭର ବଶିଷ୍ଠ ନାଏକ ଓ ଅଟେଡାଣ୍ଟ ବାଦଲ ବେହେରା ରୋଗୀଙ୍କୁ ଆମ୍ବୁଲାନ୍ସ୍ ନିକଟକୁ ବୋହି ଆଣିଥିଲେ। ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ଏଭଳି ମାନବିକତାକୁ ଜନସାଧାରଣରେ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର