ନାରାୟଣପାଟଣା: କୋରାପୁଟ ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି। ୧୫ଶହ ଲିଟର ଦେଶୀ ମଦ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଅବକାରୀ ନିରୀକ୍ଷକ ମନୋଜ ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ବନ୍ଧୁଗାଁ ଥାନା ଆଲମଣ୍ଡା ଗ୍ରାମର ଜଣେ ମହିଳାଙ୍କ ଘର ପଛପଟେ ଥିବା ଏକ ଭଙ୍ଗା ଘରେ ଚଢ଼ଉ କରିଥିଲେ। ଉକ୍ତ ଭଙ୍ଗା ଘର ଭିତରେ ୪୭ଟି ଜାର୍କିନ୍‌ରେ ଦେଶୀ ମଦ ଥିବା ଦେଖିବାକୁ ପାଇଥିଲେ। ଏଥିସହ ତିନି ବସ୍ତା ପାଉଚ ମଦ ସମେତ ମଦ ତିଆରିରେ ବ୍ୟବହୃତ କିଛି ସାମଗ୍ରୀ ରହିଥିଲା।

Advertisment

ମଦ ଜାର୍କିନ ସହ ସମସ୍ତ ସାମଗ୍ରୀ ଜବତ କରିବା ସହ ଉକ୍ତ ମହିଳା ନାଲା ତେଜାବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ତରଫରୁ ସୁଚନା ମିଳିଛି। ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା କୋରାପୁଟ ଆସିଷ୍ଟାଣ୍ଟ କଲେକ୍ଟର ତପନ କୁମାର ନାୟକଙ୍କ ଉପସ୍ଥିତିରେ ଏହି ଚଢଉରେ କୋରାପୁଟ ମୋବାଇଲ୍ ସ୍କ୍ଵାଡ୍ ଇନ୍ସପେକ୍ଟର୍ ପ୍ରମୋଦ ବାଣୁଆ, ଦିଲ୍ଲୀପ କୁମାର ରଥ, ଖଗେସ୍ଵର କୋଟା, ଲକ୍ଷ୍ମୀପୁର ଅବକାରୀ ଏସଆଇ ଅରୁଣ କୁମାର ଯୋଶୀ, ସ୍ମୃତିରଞ୍ଜନ ବିଶ୍ବାଳ, ସୁମନ୍ତ ମାଝୀ, ଶୁଭେନ୍ଦୁ ତୁରୁକ୍, ନାରାୟଣପାଟଣା ଅବକାରୀ ବିଭାଗର ସୁଶାନ୍ତ ନାୟକ, ରାମ ବଡ଼ନାୟକ, ନକୁଳ ନାୟକ ସାମିଲ ଥିଲେ।