କେନ୍ଦ୍ରାପଡ଼ା: ଦେଶ ପାଳୁଛି ସ୍ବାଧୀନତାର ଅମୃତ ମହୋତ୍ସବ। ୭୫ତମ ସ୍ବାଧୀନତା ଦିବସକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ର ‘ହର‌୍‌ ଘର‌୍‌ ତ୍ରିରଙ୍ଗା’ ଅଭିଯାନ ଶୁଭାରମ୍ଭ କରିବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଉ ଗୋଟିଏ ପାଦ ଆଗକୁ ଯାଇ ରାଜ୍ୟରେ ୩୦ଲକ୍ଷ ଜାତୀୟ ପତାକା ମାଗଣାରେ ବଣ୍ଟାଯିବା ବୋଲି ଘୋଷଣା କରିଛନ୍ତି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବଣ୍ଟାଯିବାକୁ ଥିବା ୧ଲକ୍ଷ ପତାକାକୁ ମିସନ୍‌ ଶକ୍ତି ବିଭାଗ ପକ୍ଷରୁ ଆଜି ଜିଲ୍ଲାର ୯ଟି ବ୍ଲକ୍‌ର ବିଡିଓ ଓ ଦୁଇ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି। ମିସନ୍‌ ଶକ୍ତି ବିଭାଗ ଅଧୀନ ଏସ୍‌ଏଚ୍‌ଜି ଗ୍ରୁପ୍‌ ଦ୍ବାରା ପ୍ରସ୍ତୁତ ହୋଇଛି ଏହି ପତାକା। ପାଖାପାଖି ଶହେରୁ ଅଧିକ ଏସ୍‌ଏଚ୍‌ଜି ଗ୍ରୁପ୍‌ର ସଦସ୍ୟ ମାନେ ପତାକା ପ୍ରସ୍ତୁତ କରିଥିବା ବେଳେ ସରକାର ପ୍ରତି ପତାକା ପିଛା ୨୫ଟଙ୍କା ଲେଖାଏ ଦେବ। ସ˚ପୃକ୍ତ ଗ୍ରୁପ୍‌ର ଆକାଉଣ୍ଟ୍‌କୁ ସିଧାସଳଖ ଏହି ଟଙ୍କା ଯିବ। ୧୦ରୁ ୧୫ଟି ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ନେଇ ଗୋଟିଏ ପିଜି ବା ପ୍ରଡ୍ୟୁସର‌୍‌ ଗ୍ରୁପ୍‌ ଗଠନ ହୋଇଛି।

Advertisment

ଏହି ହିସାବରେ ଡେରାବିଶ ବ୍ଲକ୍‌ ଗୋଲରହାଟ ଉତ୍କଳ ଗ୍ରାମୀଣ ପିଜି ୨୯ହଜାର ୫୦୦ପତାକା ଦେଇଥିବା ବେଳେ ତିଲଙ୍ଗ ମା’ ମ˚ଗଳା ୧୦ହଜାର ୪୦୦ ଟଙ୍କା, କେନ୍ଦ୍ରାପଡ଼ା ବିଏଲ୍‌ଏଫ୍‌ ୟୁନିଟ୍‌ ୪୦ହଜାର ୧୦୦, ଅନ୍ଧାର ଘରଣୀ ଏସ୍‌ଏଚ୍‌ଜି ୫ହଜାର ୪୦୦ ଏବ˚ ମହାକାଳପଡ଼ା ମା’ ତାରିଣୀ ପିଜି ୧୫ହଜାର ପତାକା ଦେଇଥିବା ସୂଚନା ମିଳିଛି। ଆଜି ଏହି ପତାକାଗୁଡ଼ିକୁ ଜିଲ୍ଲାର ସମସ୍ତ ବ୍ଲକ୍‌ ଏବ˚ ମ୍ୟୁନିସିପାଲ୍ଟି କାର୍ଯ୍ୟାଳୟକୁ ପଠାଯାଇଛି। ଏହି ହିସାବରେ ଆଳି ବ୍ଲକ୍‌କୁ ୧୨ହଜାର ୫୦୦ପଠାଯାଇଥିବା ବେଳେ ଡେରାବିଶକୁ ୯,୫୦୦, ଗରଦପୁର ୬,୫୦୦, କେନ୍ଦ୍ରାପଡ଼ା ୯,୫୦୦, ମହାକାଳପଡ଼ା ୧୧,୫୦୦, ମାର୍ଶାଘାଇ ୮,୫୦୦, ପଟ୍ଟାମୁଣ୍ତାଇ ୧୧ହଜାର, ରାଜକନିକା ଓ ରାଜନଗର ୧୦,୫୦୦ ଲେଖାଏଁ ଏବ˚ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ତାଇ ମ୍ୟୁନିସିପାଲିଟି ୫ହଜାର ଲେଖାଏ ପତାକା ପଠାଯାଇଛି। ବିଡିଓ ଓ ମ୍ୟୁନିସିପାଲ୍ଟି ନିର୍ବାହୀ ଅଧିକାରୀ କର୍ମଚାରୀଙ୍କ ଜରିଆରେ ରାସ୍ତାକଡ଼ ଗାଁ ଏବ˚ ଜନବହୁଳ ଅ˚ଚଳରେ ଏହି ପତାକା ଗୁଡ଼ିକୁ ମାଗଣାରେ ବାଣ୍ଟିବାକୁ ନିର୍ଦେଶ ରହିଛି। ସ୍ବାଧୀନତାର ଅମୃତ ମହୋତ୍ସବକୁ ସ୍ମରଣୀୟ ରଖିବା ପାଇଁ ଆସନ୍ତାକାଲି ୧୩ତାରିଖଠୁ ୧୫ତାରିଖ ଯାଏ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିବା ବେଳେ ରାଜ୍ୟ ସରକାର ମାଗଣାରେ ପତାକା ଯୋଗାଇ ଦେଇଛନ୍ତି।