ସାତକୋଶିଆରେ ହାତୀ ଛୁଆର ମୃତ୍ୟୁ, ପାଟିରେ ହୋଇଥିଲା ଗଭୀର କ୍ଷତ

ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଆଜି ଏକ ଅଣ୍ଡିରା ହାତୀ ଛୁଆର ମୃତ୍ୟୁ ଦେହ ବନ ବିଭାଗ ଉଦ୍ଧାର କରିଛି।ହାତୀ ଛୁଆର ବୟସ ଏକ ବର୍ଷରୁ କମ ହେବ ବୋଲି ବନ ବିଭାଗ ପ୍ରକାଶ କରିଛି।ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ ସାତକୋଶିଆ ଅଭୟାରଣ୍ୟ ପମ୍ପାସର ବନାଞ୍ଚଳ ଟାଇଁସି ସଂରକ୍ଷିତ ଜଙ୍ଗଲ ର କୁମୁରି ବିଟ କମ୍ପାର୍ଟମେଣ୍ଟ -୫ରେ ଏକ ହାତୀ ଛୁଆର ମୃତ୍ୟୁ ଦେହ ପଡିଥିବା ବନ ବିଭାଗ ଖବର ପାଇଥିଲା।ଫଳରେ ବନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁ ହାତୀ ଛୁଆ କୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ କରିଥିଲେ। ମୃତ୍ୟୁ ହାତୀ ଛୁଆର ପାଟିରେ କ୍ଷତ ଚିହ୍ନ ରହିଥିବା ବେଳେ ପୋକ ଲାଗିଯାଇଥିଲା। ଫଳରେ ଖାଦ୍ୟ ଖାଇନପାରି ହାତୀ ଛୁଆର ମୃତ୍ୟୁ ଘଟିଥିବା ବନ ବିଭାଗ ପ୍ରକାଶ କରିଛି।

ତେବେ ଏକ ବର୍ଷରୁ କମ ହାତୀ ଛୁଆର ପାଟିରେ କିପରି କ୍ଷତ ଚିହ୍ନ ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଢ଼ିଲା ପେଟ୍ରୋଲିଂ ବ୍ୟବସ୍ଥା ସାଙ୍ଗକୁ ଶିକାରୀ ମାନଙ୍କ ପାଦ୍ରୁଭାବ ସାତକୋଶିଆ ରେ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି କରିଛି।ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ଛୁଆର ପାଟିରେ କ୍ଷତ ସୃଷ୍ଟି ହୋଇଥିଲା ନା ଅନ୍ୟ କୌଣସି କାରଣ ଯୋଗୁଁ ମୃତ୍ୟୁ ଘଟିଲା ତାହା ତଦନ୍ତ ସାପେକ୍ଷ।ହାତୀ ଛୁଆ ମରି ପଡିଥିବା ସ୍ଥାନରେ ଆରସିସିଏଫ ପ୍ରଦୀପରାଜ୍ କରାଟେ,ସାତକୋଶିଆ ଡିଏଫଓ ପି.ରାମାସ୍ୱାମୀ ଙ୍କ ସମେତ ଅନ୍ୟ ବନ କର୍ମଚାରୀ ମାନେ ପହଞ୍ଚିଥିଲେ। ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତି ରେ ସାତକୋଶିଆ ବନ୍ୟପ୍ରାଣୀ ଚିକିତ୍ସକ ଡ଼ଃ କିଶୋର ସାହୁ ଶବ ବ୍ୟବଚ୍ଛେଦ କରିବା ପରେ ସେଠାରେ ଶବକୁ ପୋତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର