ଯୁଯୁମୁରା: ସମ୍ବଲପୁର ଯୁଯୁମୁରାରେ ବର୍ଷା ପାଣିରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି । ଭାଙ୍ଗିଯାଇଥିବା ଦାନ୍ତରିପୋଲ ତଳେ ଭାସିଯାଇ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି | ମୃତ ବ୍ୟକ୍ତି ଜଣକ ହେଲେ ଯୁଯୁମୁରା ବ୍ଲକ ବୀରସିଂଗଡ ପଂଚାୟତତର ଚିଲାଟିକୁଦ୍ ବୁର୍ଲାପଡାର ମନୋହର ସୁରିନ (୫୫) |

Advertisment

ସୂଚନା ଅନୁସାରେ ମନୋହର ପ୍ରଥମ ବର୍ଷା ଦିନ ଘରୁ ବାହାରିିଥିଲେ | ହେଲେ ୩ ଦିନ ହେବ ଘରକୁ ଫେରିିନଥିଲେ | ଆଜି ଭାସମାନ ଅବସ୍ଥାରେ ତାଙ୍କର ମୃତ ଦେହ ଭାଙ୍ଗିଯାଇଥିବା ଦାନ୍ତରିପୋଲ ତଳେ ଭାସୁଥିବା ଦେଖିବାକୁ ମିଳିଥିଲା | ଦାନ୍ତରିପୋଲର ରାସ୍ତା ଦେଇ ଫେରୁଥିବାବେଳେ ଭାସିଯାଇଥିବା ଅନୁମାନ କରାଯାଉଛି |