ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ କଟେକଲ୍ୟାଣ ଏରିଆ କମିଟିର ଜଣେ ହାର୍ଡକୋର ନକ୍ସଲକୁ ମାରିଛି। ସରକାର ଏହି ନକ୍ସଲ ନାମରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ମୃତ ନକ୍ସଲ ଜଣକ ଦେବା ବୋଲି ଜଣାପଡିଛି। କଟେକଲ୍ୟାଣ ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ଡିଆରଜି ଯବାନ ଜାଣିବା ପରେ ଚଢଉ କରିଥିଲେ।
Sambadଜଙ୍ଗଲରେ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଯାହାଫଳରେ ଜଣେ ହାର୍ଡକୋର ନକ୍ସଲ ମୃତ୍ୟୁବରଣ କରିଛି। ତେବେ ଏହାର ସହଯୋଗୀକୁ ମଧ୍ୟ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ମହଙ୍ଗୁରାମ ମାରକାମ ନାମକ ନକ୍ସଲକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Mkg-naxal-dead-3.jpg)