ଛତିଶଗଡ଼ରେ ପୁଲିସ ଗୁଳିରେ ଜଣେ ମାଓବାଦୀ ନିହତ

ରାୟପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରୁ ମାତ୍ର ୬୦ କିଲୋମିଟର ଦୂର ତଥା ଓଡ଼ିଶା ସୀମାଠାରୁ ମାତ୍ର ୩୫ କିଲୋମିଟର ଦୂରରେ ରହିଥିବା ଛତିଶଗଡ଼ର ନଗରୀ ଥାନା ଅନ୍ତର୍ଗତ ଭଇଁଷାମୁଣ୍ଡା ଜଂଗଲରେ ଆଜି ଧମତରୀ ପୁଲିସ ଓ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା | ଏହି ଗୁଳି ବିନିମୟରେ ଯବାନଙ୍କ ଗୁଳିରେ ଜଣେ ନକ୍ସଲ ନିହତ ହୋଇଛି | ସୂଚନା ଅନୁଯାୟୀ ନଗରୀ ପୁଲିସ ଗତକାଲି ରାତିରେ ଭଇଁଷାମୁଣ୍ଡା ଜଙ୍ଗଲରେ ମୈନପୁର ଓ ନୁଆପଡା ଯୁଗ୍ମ ଡିଭିଜନର ମାଓବାଦୀମାନେ ଉପସ୍ଥିତି ଥିବା ବିଷୟରେ ସୂଚନା ପାଇବା ପରେ ଆରମ୍ଭ ହୋଇଥିଲା ସର୍ଚିଙ୍ଗ ଅପରେସନ |

ଯବାନଙ୍କ ସର୍ଚିଙ୍ଗ ଅପରେସନ ସମୟରେ ନକ୍ସଲମାନେ ଯବାନଙ୍କୁ ଦେଖି ଗୁଳି ଚଳାଇବା ଆରମ୍ଭ କରିଥିଲେ | ଏହାର ପାଲଟା ଜବାବରେ ଯବାନମାନେ ମଧ୍ୟ ଗୁଳି ଚାଳନା କରିଥିଲେ | ଯବାନମାନଙ୍କ ଗୁଳିରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନକ୍ସଲ ଆହତ ହୋଇଥିବା ଧମତରୀ ଡିଏସପି (ନକ୍ସଲ ସେଲ୍) ଆର.କେ.ମିଶ୍ରା ସୁଚନା ଦେଇଛନ୍ତି | ଏଥିସହିତ ଘଟଣାସ୍ଥଳରୁ କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି |

ସମ୍ବନ୍ଧିତ ଖବର