ସଙ୍ଗରୋଧ କେନ୍ଦ୍ରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ

ବୌଦ୍ଧ: ରାଜ୍ୟ ଓ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିନକୁ ଦିନ କରୋନା ପରିସ୍ଥିତି ଜଟିଳ ହେବାର ଲାଗିଛି। ସଂକ୍ରମିତଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଉଥିବା ବେଳେ ସନ୍ଦିଗ୍ଧଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଉଛି। ଆଜି (ଗୁରୁବାର) ବୌଦ୍ଧ ଜିଲ୍ଲା ଗୌଡ଼ଦେଇ ସଙ୍ଗରୋଧ କେନ୍ଦ୍ରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉକ୍ତ ପ୍ରବାସୀଙ୍କ ସ୍ୱାବ ପରୀକ୍ଷା ପାଇଁ ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୌଦ୍ଧ କୋଭିଡ କେୟାର ସେଣ୍ଟରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ପ୍ରବାସୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି। ଲୋକମାନେ ଯଥା ସମ୍ଭବ ଘରେ ରହିବାକୁ ଚେଷ୍ଟା କରନ୍ତୁ। ଜରୁରୀ ନଥିଲେ ଆଦୌ ଘରୁ ବାହାରନ୍ତୁ ନାହିଁ। କୌଣସି ସ୍ଥାନରେ ଅଯଥା ଗହଳି କରନ୍ତୁ ନାହିଁ। ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ ବୋଲି ବାରମ୍ବାର ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ଲୋକ କୋଭିଡ ଗାଇଡ ଲାଇନ୍‌କୁ ଭଙ୍ଗ କରୁଛନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର