କେନାଲରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

କଟକ: କେନାଲରେ ଗାଧୋଉଥିବା ବେଳେ ମଙ୍ଗଳବାର ଅପରାହ୍ଣରେ ଜଣେ ଯୁବକ ଭାସିଯାଇଛନ୍ତି। ସୂଚନା ଅନୁସାରେ ଜଗତପୁର-କେନ୍ଦ୍ରାପଡ଼ା କେନାଲର ସାତବାଟିଆ ଠାରେ ଆଜି ୨ ଜଣ ଯୁବକ ଗାଧୋଉଥିଲେ। ଅସାବଧାନତା ଯୋଗୁଁ ଜଣେ ଯୁବକଙ୍କର ଗୋଡ଼ ଖସିଯାଇଥିଲା। କେନାଲରେ ଅଧିକ ପାଣି ପ୍ରବାହିତ ହେଉଥିବାରୁ ଯୁବକ ଜଣକ ବହୁ ଚେଷ୍ଟା କରି ମଧ୍ୟ କୂଳକୁ ଆସିପାରି ନାହାନ୍ତି।

ରିପୋର୍ଟ ଲେଖାଯିବା ବେଳକୁ ନିଖୋଜ ଯୁବକଙ୍କର କୌଣସି ଖବର ମିଳିନାହିଁ। ସ୍ଥାନୀୟ ଲୋକଙ୍କର ସହାୟତାରେ ଅଗ୍ନିଶମ ଓ ଓଡ୍ରାଫ ଟିମ୍‌ ଖୋଜାଖୋଜି କରୁଛନ୍ତି।

ସମ୍ବନ୍ଧିତ ଖବର