ଛତ୍ରପୁର: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ପରିବାର ପ୍ରତିପୋଷଣ ପାଇଁ ରୋଜଗାର ଆଶାରେ ରାଜ୍ୟ ଓ ଦେଶ ବାହାରକୁ ଯାଉଥିବା ଶ୍ରମିକମାନଙ୍କ ଜୀବନ ଅକାଳରେ ଝଡ଼ି ପଡ଼ୁଛି। ୩ ମାସ ଭିତରେ ୧୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ଏହାର ଜ୍ବଳନ୍ତ ଉଦାହରଣ। ସେହିପରି କିଛି ଶ୍ରମିକ ନିର୍ଯାତିତ ହେଉଥିବାର କରୁଣ କାହାଣୀ ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତିରେ ଜିଲ୍ଲାର ଆଉ ଜଣେ ଦାଦନ ଶ୍ରମିକ ବାହାରିନ୍ରେ ହୃଦ୍ଘାତରେ ପ୍ରାଣ ହରାଇଛନ୍ତି। ମୃତକଜଣକ ହେଉଛନ୍ତି, ଛତ୍ରପୁର ବ୍ଲକ୍ ବିପୁଳିଙ୍ଗି ପଞ୍ଚାୟତ ତେଲାପଲ୍ଲୀ ଗ୍ରାମର ପୁରୁଷୋତ୍ତମ ସାହୁ (୩୭)। ଗତକାଲି ରାତିରେ ତାଙ୍କ ମରଶରୀରକୁ ଅଣାଯିବା ପରେ ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ପୁରୁଷୋତ୍ତମଙ୍କ ମୃତ୍ୟୁ ପରେ ତାଙ୍କ ଦେଢ଼ବର୍ଷର ଝିଅ, ପତ୍ନୀ ପୂଜା ଓ ମାଆଙ୍କ ସମେତ ପୂରା ପରିବାର ବେସାହାରା ପାଲଟିଯାଇଛନ୍ତି। ପରିବାରର ବୋଝ ମୁଣ୍ଡାଇ ଦେଶ ଛାଡ଼ିଥିବା ପୁରୁଷୋତ୍ତମ ଶେଷରେ ଶବ ହୋଇ ଫେରିବା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲାରୁ ବିଗତ ୩ ମାସ ମଧ୍ୟରେ ୧୧ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିସାରିଛି।
ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ୩ମାସରେ ମୃତକଙ୍କ ସଂଖ୍ୟା ପହଞ୍ଚିଲା ୧୧
/sambad/media/post_attachments/wp-content/uploads/2023/04/81f7197d-ee91-4693-a6c8-400d1d23fe43.jpg)