କରୋନା ନେଲା କରୋନା ଯୋଦ୍ଧାଙ୍କ ଜୀବନ : କୋଭିଡ ହସପିଟାଲ ନର୍ସଙ୍କ  ମୃତ୍ୟୁ

 ରାଉରକେଲା: ଜିଲ୍ଲାରେ କରୋନା ମୃତ୍ୟୁ କ୍ରମଶଃ ବଢ଼ିବାରେ ଲାଗିଛି। ଚିକିତ୍ସାଧୀନ ଅବସ୍ଥାରେ ହାଇଟେକ୍ କୋଭିଡ୍ ହସପିଟାଲର ନର୍ସ ପ୍ରମିଳା କିଶାନ(୩୬)ଙ୍କ ମୃତ୍ୟୁ ହୋଇଛି। ପ୍ରମିଳାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଗାର୍ଡ ଅଫ୍ ଅନର୍ ଦିଆଯାଇଛି। ଏହାପରେ ବେଦବ୍ୟାସ ଘାଟରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା।

ସୂଚନାଯୋଗ୍ୟ, ପ୍ରମିଳା କିଛି ଦିନ ପୂର୍ବେ ସଂକ୍ରମଣର ଶିକାର ହେବା ପରେ ସ୍ଥାନୀୟ ହାଇଟେକ୍ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ଗତ ଶୁକ୍ରବାର ଦିନ ତାଙ୍କୁ ଭୁବନେଶ୍ବରସ୍ଥିତ ହାଇଟେକ୍ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ, ଗତ ଶନିବାର ଦିନ ଭୋର୍ ପ୍ରାୟ ଅଢ଼େଇଟାରେ ପ୍ରମିଳାଙ୍କ ମୃତ୍ୟୁ ହୋଇଥିଲା।

ଆଜି ତାଙ୍କ ମୃତଦେହ ରାଉରକେଲାକୁ ଅଣାଯିବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ବିଧାୟକ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅବୋ ଲି ଏସ୍. ନରୱଣେ, ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡ଼ା ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇଥିଲେ।

ସମ୍ବନ୍ଧିତ ଖବର