ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବାରିଣିପୁଟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଗତ ଶୁକ୍ରବାର ସନ୍ଧ୍ୟାରେ ଏକ ପରିତ୍ୟକ୍ତ ଘର ଭୁଶୁଡ଼ିବା ଘଟଣାରେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସୂର୍ଯ୍ୟମଣୀ ବାଘ (୬୫ ବର୍ଷ)। ସୂର୍ଯ୍ୟମଣିଙ୍କର ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଜାରି ଥିଲା।

Advertisment

ପୂର୍ବରୁ ଏହି ଘଟଣାରେ ଜଣେ ଶିଶୁ ଆସେର ଖରା (୫ବର୍ଷ)ଙ୍କ ମୃତ୍ୟୁ ଘଟିଥିଲା। ପରିତ୍ୟକ୍ତ ଘରୁ ଇଟା ବାହାର କରାଯାଉଥିବା ବେଳେ ଦୁର୍ଘଟଣା ଘଟିବାରୁ ଗୋଟିଏ ପରିବାରର ୫ ଜଣ ଆହତ ହୋଇଥିଲେ। ଅନ୍ୟ ଆହତମାନେ ହେଲେ ନିତୁ ଖରା, ରଶ୍ମିତା ଖରା ଓ ନିତୁ ବାଘ।

ଘଟଣା ଦିନ ଇଟା ବାହାର କରୁଥିବା ସମୟରେ ହଠାତ ଛାତଟି ଗଳି ପଡିଥିଲା। ଫଳରେ ସମସ୍ତେ ତଳେ ଚାପି ହୋଇଯାଇଥିଲେ। ଖବର ପାଇ ପୁଲିସ, ଓଡ୍ରାଫ ଟିମ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଥିଲେ। ଉଦ୍ଧାରକାରୀ ଟିମ ଆହତମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ।