ଏସ୍‌ସିବି ଛାତରୁ ଡେଇଁ ରୋଗୀ ମୃତ

କଟକ: କଟକସ୍ଥିତ ଏସ୍‌ସିବିରେ ନୂଆ ମେଡିସିନ୍‌ ବିଭାଗରେ ଅସହାୟ ରୋଗୀଙ୍କ ପାଇଁ  ନିର୍ମିତ ସ୍ୱତନ୍ତ୍ର ଓ୍ଵାର୍ଡରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଶନିବାର ଅପରାହ୍ନରେ ଏସ୍‌ସିବିର ତୃତୀୟ ମହଲାରୁ ଡେଇଁ ପଡ଼ିଥିବା ହେତୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ଅସହାୟ ଥିବା ହେତୁ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ତାଙ୍କ ପରିଚୟ ମିଳି ପାରି ନ ଥିଲା।

ସୂଚନାଯୋଗ୍ୟ, ମୃତ ବ୍ୟକ୍ତିଙ୍କ ବୟସ ୭୦ବର୍ଷ ପାଖାପାଖି ହେବ। ସେ ୧୫ଦିନ ହେବ ଏସ୍‌ସିବିରେ ନୂଆ ମେଡିସିନ୍‌ ବିଭାଗରେ ରହି ଚିକିତ୍ସିତ ହେଉଥିଲେ। ତେବେ ଏହି ଅସହାୟ ବୃଦ୍ଧଙ୍କ ଡେଇଁବାର କାରଣ ଏଯାବତ ଅସ୍ପଷ୍ଟ ରହିଛି। ସେପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କୁହାଯାଉଛି କି ଓ୍ଵାର୍ଡ ପାଖରେ ଏକ ଗର୍ତ୍ତ ଥିଲା, ଯାହା ଛାତକୁ ସଂଯୋଗ କରୁଥିଲା। ବୋଧ ହୁଏ ସେ ଏହି ଗର୍ତ୍ତ ଥିବା ଜାଣି ନପାରି ସେହି ବାଟରେ ଯାଉଥିବା ସମୟରେ ଛାତରୁ ତଳକୁ ପଡ଼ି ଯାଇଛନ୍ତି। ନଚେତ ଆତ୍ମହତ୍ୟା କରି ଥାଇ ପାରନ୍ତି।

ସମ୍ବନ୍ଧିତ ଖବର