ଚାରିଛକ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଡିଗସିରା ନିକଟରୁ ବୁଧବାର ଭୋର୍ ସମୟରେ ପୁରୁଣାକଟକ ୨୦ କେଜି ଗଞ୍ଜେଇ ସହ ଏକ ବାଇକ୍ (ଓଆର-୧୨ଏ-୫୦୮୮)କୁ ଜବତ କରିଛି। ଏଥିରେ ସଂପୃକ୍ତ ବୌଦ୍ଧ ଥାନା ବଘିଆପଡ଼ାର ଭବେଶ ଭୋଇ(୨୧)ଙ୍କୁ ବି ଗିରଫ କରିଛି। ଭବେଶ ପଲସର ବାଇକ୍ରେ ଗଞ୍ଜେଇ ନେଇ ଭୋର୍ରେ ଫୁଲବାଣି ପଟୁ ବୌଦ୍ଧ ଆଡ଼କୁ ଆସୁଥିବା ବେଳେ ପୁଲିସ ଧରିଥିଲା। ଏ ନେଇ ପୁରୁଣାକଟକ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
୨୦ କେଜି ଗଞ୍ଜେଇ ସହ ବାଇକ୍ ଜବତ, ଜଣେ ଗିରଫ
/sambad/media/post_attachments/wp-content/uploads/2017/09/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)