ସୁନ୍ଦରଗଡ଼: ସଦର ରେଞ୍ଜ ଅନ୍ତର୍ଗତ ଗୁରାବସା ଗ୍ରାମରୁ ରବିବାର ବନ ବିଭାଗର କର୍ମଚାରୀମାନେ ୨ କିଲୋ ବାରାହା ମାଂସ ଜବତ କରିଛନ୍ତି। ଏହି ଘଟଣାରେ ବନ ବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସୁନ୍ଦରଗଡ଼ ବନଖଣ୍ଡର ସଦର ରେଞ୍ଜର କର୍ମଚାରୀମାନେ ଗୁରାବସା ଗାଁରେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ପୂର୍ବରୁ ବାରାହା ମାଂସ ଭାଗବଣ୍ଟା କରି କିଛି ଅଭିଯୁକ୍ତ ଖସି ଯାଇଥିବା ବେଳେ ରାଜେନ୍ଦ୍ର ମାଝୀ ଧରାପଡ଼ି ଯାଇଥିଲ। ବିଭାଗୀୟ କର୍ମଚାରୀମାନେ ରାଜେନ୍ଦ୍ରଙ୍କ ଠାରୁ ୨ କିଲୋ ବାରାହା ମାଂସ ଜବତ କରି ତାକୁ ଗିରଫ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅଞ୍ଚଳରେ ବନ୍ୟ ଜନ୍ତୁ ଶିକାରୀଙ୍କ ପ୍ରାଦୁର୍ଭାବ ରହିଥିବା ବନ ବିଭାଗକୁ ପୂର୍ବରୁ ସୂଚନା ମିଳିଥିଲା। ଶିକାରୀମାନଙ୍କୁ ପାନେ ଦେବା ପାଇଁ ବନ ବିଭାଗ ପୂର୍ବରୁ ଯୋଜନା କରିଥିଲା। ଶନିବାର ରାତି ଶିକାରୀମାନେ ବାରାହା ମାରିବା ପରେ ଆଜି ମାଂସ ଭାଗବଣ୍ଟା କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା। ମାତ୍ର ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଜଣକୁ ଛାଡ଼ି ଅନ୍ୟମାନେ ଫେରାର ହୋଇଯାଇଥିଲେ।