କନ୍ଧମାଳ: ୧ କ୍ୱିଣ୍ଟାଲ ୩୦ କିଲୋ ଗଂଜେଇ ଜବତ, ୨ ଅଭିଯୁକ୍ତ ଗିରଫ

ଫୁଲବାଣୀ: କନ୍ଧମାଳରୁ ବାହାରକୁ ଗଂଜେଇ ଚାଲାଣ ଉଦ୍ୟମ ବେଳେ ପୁଲିସ ଚଢାଉ କରି ୧ କ୍ୱିଣ୍ଟାଲ ଗଂଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୋଛାପଡା ଥାନା ମୁଣ୍ଡାସାହିରୁ ବାହାରକୁ ଗଂଜେଇ ଚାଲାଣ ନିମନ୍ତେ ଯୋଜନା ଚାଲିଥିବା ନେଇ କୌଣସି ସୁତ୍ରରୁ ପୁଲିସକୁ ଖବର ମିଳିଥିଲା। ଥାନାଧିକାରୀ ଚିତ୍ତରଂଜନ ବେହେରାଙ୍କ ନେତୃତ୍ୱରେ ସେଠାରେ ଚଢାଉ କରାଯାଇଥିଲା। ୧ କ୍ୱିଣ୍ଟାଲ ୩୦ କିଲୋ ଗଂଜେଇ ପୁଲିସ ଜବତ କରିବା ସହ ସେହି ସାହିର କଣି କହଁର ଓ ଭୁବନେଶ୍ୱର କହଁରଙ୍କୁ ଗିରଫ କରିଥିଲା। କେଶ ନଂ ୩୬/୨୦୧୯ରେ ପୁଲିସ ମାମଲା ରୁଜୁ କରିବା ସହ ଗିରଫ ୨ ଅଭିଯୁକ୍ତଙ୍କୁ ଆଜି ସଂଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର