ବାର୍‌ହା ଆକ୍ରମଣରେ ଜଣେ ଗୁରୁତର, ୨ ଆହତ 

ଛେଣ୍ଡିପଦା: ବାର୍‌ହା ଆକ୍ରମଣରେ ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୁରୁଣାଗଡ଼ ରେଞ୍ଜ କାଳିଆକଟା ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ଆଜି ମଧ୍ୟାହ୍ନ ୧୨ଟା ସମୟରେ ବାଇକରେ କାଳିଆକଟା ଗ୍ରାମର ପ୍ରଶାନ୍ତ କୁମାର ବେହେରା(୩୨), କାଳିଆ ବେହେରା(୨୩) ଓ ବୁଲୁ ବେହେରା(୨୨) ପିତବଳୀ ଛକରୁ ଘରକୁ ଫେରୁଥିବା ସମୟରେ ରାସ୍ତାରେ ଅତର୍କିତ ଭାବେ ବାର୍‌ହା ଗାଡି ଆଗକୁ ମାଡ଼ିଆସିଥିଲା। ସେମାନେ ଘବରେଇ ଯିବା ସହିତ ବାଇକରୁ ଖସିପଡିଥିଲେ। ପଡିଯିବା ପରେ ବାର୍‌ହା ଆକ୍ରମଣର ଶିକାର ହୋଇଥିଲେ। ଏଥିରେ ପ୍ରଶାନ୍ତ ଗୁରୁତର ଆହତ, କାଳିଆ ଓ ବୁଲୁ ଖଣ୍ଡିଆ ଖାବରା ହେବା ସହ ବାଇକ୍ ଭାଙ୍ଗି ଦେଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଜରିଆରେ ୩ ଜଣଙ୍କୁ ଉଦ୍ଧାର କରି ଅନୁଗୁଳ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର