ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଚାନ୍ଧିପୋଷ ଥାନା ଅନ୍ତର୍ଗତ ବିରତୋଳା ନିକଟ ବ୍ରାହ୍ମଣୀ ନଦୀରେ ଗତକାଲି ଗାଧୋଉଥିବା ଥିବା ବେଳେ ଦୁଇ ଜଣ ନାବାଳକ ନିଖୋଜ ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଖୋଜା ଖୋଜି କରି ଥିଲେ ସୁଦ୍ଧା ସଫଳତା ମିଳି ନଥିଲା l ଆଜି ଓଡ୍ରାଫ୍ ଟିମ୍ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିତ ଅପରେସନ ପରେ ଆୟନ୍ ଟଗ (୧୫) ଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଅନ୍ୟ ଜଣଙ୍କୁ ଖୋଜା ଚାଲିଛି।
ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରତୋଳାର ବ୍ରାହ୍ମଣୀ ନଦୀ କୂଳକୁ ରାଉରକେଲା ବାସନ୍ତୀକଲୋନୀ ଅଞ୍ଚଳର ଏକ ଘରୋଇ ଟିଉସନ ସଂସ୍ଥାର ଶିକ୍ଷକ ପିଲାମାନଙ୍କୁ ନେଇ ଭୋଜି କରିବାକୁ ଯାଇଥିଲେ l ଏହି ଛାତ୍ରଙ୍କ ମଧ୍ୟରୁ କିଛି ଛାତ୍ର ଗାଧୋଉଥିବା ବେଳେ ନଦୀରେ ଚାରିଜଣ ଛାତ୍ର ଭାସି ଯାଇଥିଲେ । ଦୁଇଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ପନ୍ଦର ବର୍ଷୀୟ ଛାତ୍ର ଆଇୟାନ୍ ଟକ ଏବଂ ପ୍ରସନ୍ନ ସାହୁ ଭାସି ଯାଇଥିଲେ।
/sambad/media/post_attachments/wp-content/uploads/2020/09/WhatsApp-Image-2020-09-29-at-12.29.24-300x205.jpeg)
ଘଟଣାସ୍ଥଳରେ ନିଖୋଜ ଦୁଇ ନାବାଳକଙ୍କ ପରିବାର ଵର୍ଗ ଉପସ୍ଥିତ ଥିବା ବେଳେ ଉକ୍ତ ଟିଉସନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/WhatsApp-Image-2020-09-28-at-16.35.12.jpeg)