ମାଲକାନଗିରି ସୀମାରେ ପୁଣି ନକ୍ସଲ ହିଂସା: ଷ୍ଟିଲ ପ୍ଲାଣ୍ଟ କର୍ମଚାରୀଙ୍କୁ ଗୁଳି

ମାଲକାନଗିରି: ମାଲକାନଗିରି ସୀମାରେ ପୁଣି ନକ୍ସଲ ହିଂସା ଦେଖାଦେଇଛି। ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲାରେ ସୋମବାର ନକ୍ସଲମାନେ ଅଘଟଣ ଘଟାଇଛନ୍ତି। ଛିଦିନର ନିରବତା ପରେ ପୁଣି ନକ୍ସଲ ହିଂସ୍ର ହୋଇ ପଡିଥିବାରୁ ଅଞ୍ଚଳରେ ଭୟ ସଂଚରିଛି। ନକ୍ସଲ ସଂଗଠନର ଏକ ଦଳ ସେଠାରେ ଥିବା ଇସ୍ପାତ ଏବଂ ଏନାର୍ଜୀ କମ୍ପାନୀ କର୍ମଚାରୀଙ୍କ ଉପରେ ଅତର୍କିତ ଗୁଳି ଚଳାଇଛନ୍ତି। ନକ୍ସଲ ଗୁଳିରେ ନୋହର ସିଂହ ତୁଲାଭି ଗୁରୁତର ହୋଇଛନ୍ତି। ନୋହର ଉକ୍ତ ଅଞ୍ଚଳର ପୂର୍ବତନ ସରପଞ୍ଚ ଥିଲେ। କମ୍ପାନୀରୁ ମାଲ ନେବା ଆଣିବାରେ ସେ ନିୟୋଜିତ ହୋଇଥିଲେ।

ସକାଳ ସମୟର କଥା। ଟ୍ରକଗୁଡିକରେ ଇସ୍କାତ ଲୋଡ କରାଯାଉଥିଲା। ହଠାତ ନକ୍ସଲମାନେ ସେଠାରେ ପହଞ୍ଚିଥିଲେ। କିଛି ବୁଝିବା ପୂର୍ବରୁ ସେମାନେ ଗୁଳିମାଡ ଆରମ୍ଭ କରି ଦେଇଥିଲେ। ଶ୍ରମିକମାନେ ପ୍ରାଣ ବିକଳରେ ଏଣେତେଣ ଦୌଡୁଥିବାବେଳେ ନୋହର ଗାଡିରେ ଲୁଚିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅତି ନକଟରୁ ନକ୍ସଲମାନେ ଗୁଳିମାଡ କରିଥିବାରୁ ନୋହର ବର୍ତ୍ତି ପାରିନଥିଲେ। ନୋହରଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ ଗୁଳି ମାଡ ପରେ ନକ୍ସଲ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ତୁରନ୍ତ ସେହି କମ୍ପାନୀରେ କାମ କରୁଥିବା ଶ୍ରମିକମାନେ ନୋହରଙ୍କୁ ଦୁର୍ଗକୋଣ୍ଡଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସାଂଘାତିକ ହେବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ବାହାର ଡାକ୍ତରଖାନାକୁ  ପଠାଇ ଦିଆଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର