ବିଷାକ୍ତ ମଦ ପିଇ ଯୁବକଙ୍କ ମୃତ୍ୟୁ!

ହୀରାକୁଦ: ହୀରାକୁଦ ଥାନା ତାରାସିଂହପଡ଼ାର ଗର୍ଦ୍ଦନ ସାଗର(୪୫) ଦିନ ପ୍ରାୟ ୩ଟା ସମୟରେ କାମ ସାରି ଘରକୁ ଫେରିବା ବେଳେ ପ୍ରଚୁର ମଦ୍ୟପାନ କରି ଆସିଥିଲେ। ଏହାପରେ ସେ ଆଉ ଘରକୁ ନପଶି ପାଖ ପିଣ୍ଡାରେ ଶୋଇପଡ଼ିଥିଲେ। ଦିନ ୪ଟା ସମୟରେ ତାଙ୍କ ମୁହଁରୁ ଫେଣ ବାହାରୁଥିବା ଦେଖି ପରିବାର ଲୋକେ ତାଙ୍କୁ ଉଠାଇଥିଲେ। କିନ୍ତୁ ସେ ନଉଠିବାରୁ ତାଙ୍କୁ ସଙ୍ଗେସଙ୍ଗେ ହୀରାକୁଦ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଗ୍ରହଣ ଘୋଷଣା କରିଥିଲେ। ବିଷାକ୍ତ ମଦ ପିଇ ଗର୍ଦ୍ଦନଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି। ଏସମ୍ପର୍କରେ ହୀରାକୁଦ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଥିବା ସମୟରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଅମରେନ୍ଦ୍ର ଷଣ୍ଢ କହିଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ମଦ ଦୋକାନ ଓ ଭାଟି ବନ୍ଦ ଥିବା ସମୟରେ ବଜାରରେ ନକଲି, ଅପମିଶ୍ରିତ ମଦର କାରବାର ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର