ଗଛରେ ପିଟି ହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର

ଡାବୁଗାଁ/ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କେନ୍ଦୁଗୁଡା ରାଜ୍ୟ ରାଜପଥ ପାର୍ଶ୍ଵରେ ଶୁକ୍ରବାର ରାତି ପ୍ରାୟ ୯ ଘଣ୍ଟା ସମୟରେ ଏକ ଗଛରେ ଭାରସାମ୍ୟ ହରାଇ ଏକ ବାଇକ୍ ପିଟି ହେବାରୁ ବାଇକରେ ଯାଉଥିବା ଦୁଇଜଣ ଯୁବକ ମଧ୍ୟରୁ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା | ଏହା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ | ଗୁରୁତର ଆହତ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ବିଶାଖାପାଟଣାକୁ ସ୍ତାନତର କରାଯାଇଛି | ମୃତ ଯୁବକ ଜଣକ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ତଣ୍ଡାଗୁଡ଼ା ଗ୍ରାମର ବାବୁଲା କୁମ୍ଭାର (୨୬) ଓ ଗୁରୁତର ଆହତ ଯୁବକ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଦିଶାରିଗୁଡ଼ାର ମନ ଭତରା (୩୦) ବୋଲି ଜଣାପଡ଼ିଛି | ଏ ନେଇ ମୃତ ବାବୁଲା କୁମ୍ଭାରର ଭାଇ ଫଗୁନୁ କୁମ୍ଭାର ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ୧୬୮/୨୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି|

ସୂଚନା ଅନୁଯାୟୀ ବାବୁଲା କୁମ୍ଭାର (୨୬) ଓ ମନ ଭତରା (୩୦) ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ସଦର ଜଣେ ଦୋକାନୀ ପାଖରେ କାର୍ଯ୍ୟ କରୁଥିବା ବେଳେ ଗତ ଶୁକ୍ରବାର ଦିନ ଅପରାହ୍ନରେ ଏକ ପ୍ଲେଜର ଗାଡ଼ି ନ (ଓଡ଼ି ୨୪ ଏଫ୍ ୧୭୭୪) ଯୋଗେ ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ାକୁ କୌଣସି କାର୍ଯ୍ୟରେ ଯାଇଥିଲେ | ତେବେ ରାତ୍ର ପ୍ରାୟ ୯ ଘଣ୍ଟା ସମୟରେ ଉକ୍ତ ପ୍ଲେଜର ଗାଡ଼ିରେ ପାପଡାହାଣ୍ଡି ଅଭିମୁଖେ ଯାଉଥିବା ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ନିକଟରେ ଏକ ଗଛକୁ ଭାରସାମ୍ୟ ହରାଇ ପିଟି ଦେବାରୁ ଉଭୟ ରାସ୍ତା କଡ଼କୁ ଛିଟିକି ଯାଇଥିଲେ | ବାବୁଲା ର ମୁଣ୍ଡରେ ପ୍ରବଳ ଆଘାତ ହୋଇଥିବା ବେଳେ ମନ ର ଛାତିରେ ଗଭୀର ଆଘାତ ହୋଇଥିଲା | ତୁରନ୍ତ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ୧୦୮ ଏମ୍ବୁଲେନ୍ସ ଯୋଗେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ ସୁଦ୍ଧା ଡାକ୍ତର ବାବୁଲା କୁମ୍ଭାର କୁ ମୃତ ଘୋଷଣା କରିଥିଲେ | ମନ ଭତରା କୁ ପ୍ରାଥମିକ ଚିକିତ୍ସା ପରେ ଆନ୍ଧ୍ର ର ବିଶାଖା ପାଟଣା କୁ ସ୍ଥାନାନ୍ତର କରାଯାଇଛି | ଏ ନେଇ ମୃତ ବାବୁଲା ର ଭାଇ ଫଗୁନୁ କୁମ୍ଭାର ଆଜି ଡାବୁଗାଁ ରେ ଏତଲା ଦେବାପରେ ଡାବୁଗାଁ ପୋଲିସ ଶବ ଜବତ କରି କେସ ନ ୧୬୮/୨୧ ରେ ମାମଲା ରୁଜୁ କରିଥିଲେ | ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସରକାରୀ ଚିକିତ୍ସାଳୟରେ ଶବ ବ୍ୟେବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ତଦନ୍ତ କାରି ପୋଲିସ ଏ ଏସ ଆଇ ଶିଶିର କୁମାର ଘୋଷ କହିଛନ୍ତି |

ସମ୍ବନ୍ଧିତ ଖବର