ବାଙ୍ଗୀରିପୋଷି: କାର ଉପରେ ଓଲଟି ପଡ଼ିଲା ପିଆଜ ବୋଝେଇ ଟ୍ରକ୍‌

ବାଙ୍ଗୀରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗୀରପୋଷି ନିକଟସ୍ଥ ଦ୍ୱାରାଶୁଣି ଘାଟିରେ ଆଜି ସକାଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତା ଉପରେ ଥିବା ଏକ କାର ଉପରେ ଏକ ପିଆଜ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିିବାର ସୂଚନା ମିଳି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।
ମିଳିଥିବା ସୂଚନା ଅନୁଯାୟୀ, ଦ୍ୱାରାଶୁଣି ଘାଟିରେ ଗତକାଲି ରାତିରେ ଏକ ଟ୍ରକ୍‌ ବ୍ରେକ୍‌ ଡାଉନ୍‌ ହୋଇଥିଲା। ତେଣୁ ତାକୁ ସଜାଡ଼ିବା ପାଇଁ ଟ୍ରକ୍‌ ମାଲିକ ନିଜ ଏମଏଚ୍‌ ୧୨ କେ ଏନ୍‌ ୯୦୪୪ ନମ୍ବର ବିଶିଷ୍ଟ କାର ଯୋଗେ ଘଟଣାସ୍ଥଳକୁ ଆସିଥିଲେ। ତେବେ କାର ମାଲିକ ରାସ୍ତା କଡ଼ରେ କାର ରଖି ବ୍ରେକ୍‌ ଡାଉନ୍‌ ହୋଇଥିିବା ଟ୍ରକ୍‌ ପାଖକୁ ଯାଇଥିିବା ବେଳେ ସେହି ବାଟ ଦେଇ ଯାଉଥିବା ଏକ ପିଆଜ ବୋଝେଇ ଟ୍ରକ୍‌୍‌ ଭାରସାମ୍ୟ ହରାଇ ସେହି କାର ଉପରେ ଓଲଟି ପଡ଼ିଥିଲା। ଫଳରେ କାରଟି ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ବେଳେ ଦୁର୍ଘଟଣା ଘଟିଲା ବେଳେ କାର ଭିତରେ କିଏ ଥିଲେ କିମ୍ବା ନାହିଁ ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର