ଗଂଜାମ ପାଇଁ ନୂଆ ରଣକୌଶଳ: ଖୋଲିବ ବ୍ରହ୍ମପୁର ବଡ଼ମେଡିକାଲର ଓପିଡି

ଭୁବନେଶ୍ୱର: ବ୍ରହ୍ମପୁର ବଡ଼ମେଡିକାଲର ଓପିଡ଼ି ଏବଂ ଏମର୍ଜେନ୍ସି ୱାର୍ଡ ଖୁବ ଶୀଘ୍ର ଖୋଲିବାକୁ ଯାଉଛି । ଦକ୍ଷିଣ ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲର ଓପିଡି ଖୋଲିବା ନେଇ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ବ୍ରହ୍ମପୁର ବଡ଼ମେଡିକାଲରେ ଜଣେ ଅତିରିକ୍ତ ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହେବେ । ଏମକେସିଜିର ଶିଶୁ ୱାର୍ଡ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ କେୟାର ସେଣ୍ଟର ହେବ । ସେହିଭଳି ବିଦୁ୍ୟତପୁର ଓ ଶିଶୁମନ୍ଦିରରେ ମଧ୍ୟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ର ହେବ ।

ଗଂଜାମ ଜିଲ୍ଲାରେ କୋଭିଡ-୧୯ ମୃତ୍ୟୁ ରୋକିବା ପାଇଁ ନୂଆ ରଣକୌଶଳ ଆରମ୍ଭ କରାଯାଇଛି । ଏଥି ସହିତ ତଦାରଖ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଥିରେ ଭିତ୍ତିଭୂମିର ସଂପ୍ରସାରଣ, ଟେଲି ମେଡିସିନ ଓ ସଚେତନତାକୁ ଗୁରୁତ୍ୱ ଦିଆଯାଇଛି । ସେହିଭଳି ରୋଗୀଙ୍କ ଉକôଣ୍ଠା ହ୍ରାସ କରିବା ଲାଗି ମନସ୍ତାତ୍ତ୍ୱିକ ପରାମର୍ଶଦାତା ନିଯୁକ୍ତ ହେବେ । ସୁସ୍ଥ ହେଉଥିବା ରୋଗୀଙ୍କୁ ପରାମର୍ଶଦାତା ଭାବେ ନିଯୁ୍କ୍ତି ଦିଆଯିବ । ପରାମର୍ଶଦାତା କୋଭିଡ ମନିଟର ଭାବେ ଅତିକମରେ ୧୦ ଜଣଙ୍କୁ ପରାମର୍ଶ ଦେବେ । ହୋମ ଆଇସୋଲେସନରେ ଥିବା ରୋଗୀଙ୍କୁ ମେଡିସିନ ସିଟ ଯୋଗାଇ ଦିଆଯିବ ।

ସୂଚନାଯୋଗ୍ୟ, କରୋନା ଭାଇରସ ଯୋଗୁଁ ରାଜ୍ୟରେ ଗଂଜାମ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ଜିଲ୍ଲାରେ ୫ ହଜାର ୨୮୦ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩ ହଜାର ୫୫୪ ଜଣ ସୁସ୍ଥ ହୋଇଛନ୍ତି । ୧୬୭୧ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୫୨ ଜଣଙ୍କର ମୃତ୍ୟୁ ହୋଇଛି ।

ଗଂଜାମ ଜିଲ୍ଲାରେ ପାରାସିଟାମଲ ବିକ୍ରି ଉପରେ କଟକଣା ଉଠିଛି । ଜ୍ୱର ଭଲ କରୁଥିବା ଔଷଧ ଏଣିକି ସହଜରେ ବିକ୍ରି ହୋଇପାରିବ । କିନ୍ତୁ ଦୋକାନୀମାନେ ଔଷଧ କିଣୁଥିବା କେତ୍ରାଙ୍କ ତଥ୍ୟ ରଖିବେ ।

ସମ୍ବନ୍ଧିତ ଖବର