ଦ୍ଵିତୀୟ ଦିନରେ ବି ବନ୍ଦ ରହିଲା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ସେବା

ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଦୁଇ ଜଣ  ଡାକ୍ତର କରୋନାରେ ଆକ୍ରାନ୍ତ ହେବା ପରେ ମେଡିକାଲର ଓପିଡିକୁ ୪୮ ଘଣ୍ଟା ପାଇଁ  ସିଲ୍‌ କରିଦେବାକୁ  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସନ୍ତୋଷ କୁମାର ପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏଇ ନିର୍ଦ୍ଦେଶ ପରେ ଗତକାଲି ସକାଳଠାରୁ ମେଡିକାଲର ଓପିଡି ବନ୍ଦ  ରହିଛି। ଗତକାଲି ସକାଳୁ  ଓପିଡି ବନ୍ଦ ରହିଥିବା ବେଳେ ଆଜି ମଧ୍ୟ ଦ୍ଵିତୀୟ ଦିନ ପାଇଁ ଓପିଡି ବନ୍ଦ ରହିଛି। ଆସନ୍ତାକାଲି ସକାଳକୁ ୪୮ ଘଣ୍ଟା ପୂରଣ ହୋଇଯାଉଥିବାରୁ  ଭଦ୍ରକ ମେଡିକାଲର ଓପିଡିକୁ ସୋମବାର ସକାଳୁ ସାଧାରଣ ରୋଗୀଙ୍କ ପାଇଁ ଖୋଲା ରହିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର